କୋହଲିଙ୍କୁ ‘ପେଟା’ ଇଣ୍ଡିଆ ସମ୍ମାନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ତାଙ୍କ ପ୍ରାଣୀପ୍ରେମ ପାଇଁ ବୁଧବାର ପେଟା (ପିପୁଲ ଫର୍‌ ଦି ଏଥିକାଲ ଟ୍ରିଟ୍‌ମେଣ୍ଟ୍‌ ଅଫ୍‌ ଆନିମଲ୍‌) ଇଣ୍ଡିଆ ତରଫରୁ ୨୦୧୯ ବର୍ଷର ଶ୍ରେଷ୍ଠ ବ୍ୟକ୍ତିତ୍ବ ସମ୍ମାନ ପାଇଛନ୍ତି। ଜୀବଜନ୍ତୁଙ୍କର ଅଧିକାର ଓ ସୁରକ୍ଷା ସଂପର୍କରେ ତଥା ଅ‌େମର ଦୁର୍ଗରେ ବ୍ୟବହୃତ ହାତୀକୁ ନବାଡେଇବା ଓ ହଇରାଣ ନକରି ତାକୁ ମୁକ୍ତ କରିବା ପାଇଁ ଶାକାହାରୀ କୋହଲି ‘ପେଟା’କୁ ଏକ ପତ୍ର ଲେଖିଥିଲେ। ତା’ ସହିତ ବେଙ୍ଗାଲୁରୁ ସ୍ଥିତ ପ୍ରାଣୀ ଆଶ୍ରୟସ୍ଥଳୀକୁ ଯାଇ ଅବହେଳିତ ଓ ଆହତ କୁକୁରମାନଙ୍କ ବିଷୟରେ ପଚାରି ବୁଝିଥିଲେ ଏବଂ ତାଙ୍କ ପ୍ରଶଂସକମାନଙ୍କୁ ଜୀବଜନ୍ତୁଙ୍କୁ ନକିଣି ପୋଷ୍ୟ ଭାବେ ଗ୍ରହଣ କରିବାକୁ ବାର୍ତ୍ତା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, କୋହଲିଙ୍କ ପୂର୍ବରୁ କଂଗ୍ରେସ ନେତା ଶଶି ଥରୁର୍, ପୂର୍ବତନ ସୁପ୍ରିମ କୋର୍ଟ ବିଚାରପତି କେ ଏସ୍ ପାନିକର୍ ରାଧାକ୍ରିଷ୍ଣନ୍ ଓ ଅଭିନେତାମାନଙ୍କ ମଧ୍ୟରେ ଅନୁଷ୍କା ଶର୍ମା, ହେମା ମାଲିନୀ, ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଓ ଆର୍ ମାଧବନ୍ ‘ପେଟା’ ତରଫରୁ ସମ୍ମାନିତ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର