ପଣ୍ଟିଂ-ସ୍ମିଥଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ନାଗପୁର ଟେଷ୍ଟରେ ଭାରତୀୟ ଅଧିନାୟକଙ୍କ ସଫଳତା

ନାଗପୁର: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନାଗପୁର ଟେଷ୍ଟର ୩ୟ ଦିନ ନିଜର ୧୯ତମ ଟେଷ୍ଟ ଶତକ ହାସଲ କରିଛନ୍ତି। ଏହି ଶତକ ସହିତ କୋହଲି ଏ ବର୍ଷ(୨୦୧୭)ରେ ସର୍ବାଧିକ ଟେଷ୍ଟ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ହୋଇ ପାରିଛନ୍ତି। କୋହଲି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦ଟି ଇଣ୍ଟରନ୍ୟାସନାଲ ଶତକ ହାସଲ କାରିବା ସହିତ ବିଶ୍ୱର ପ୍ରଥମ ଅଧିନାୟକ ହୋଇ ପାରିଛନ୍ତି।

ବିରାଟ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରୀମ ସ୍ମିଥଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ଅଧିନାୟକ ହିସାବରେ ବିରାଟ କୋହଲି ଗୋଟିଏ ବର୍ଷରେ ୧୦ଟି ଇଣ୍ଟର ନ୍ୟାସନାଲ ଶତକ ହାସଲ କରି ରେକର୍ଡ କରିଛନ୍ତି। ଏହା ପୂର୍ବରୁ ରିକି ପଣ୍ଟିଂ ବର୍ଷ ୨୦୦୫-୦୬ରେ ୯ଟି ଶତକ ହାସଲ କରିଥିଲେ। ସେହିଭଳି ଗ୍ରୀମ ସ୍ମିଥଙ୍କ ନାମରେ ମଧ୍ୟ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଏତିକି ହି ଅନ୍ତର୍ଜାତୀୟ ଶତକ ଥିଲା।

ସମ୍ବନ୍ଧିତ ଖବର