ନୂଆଦିଲ୍ଲୀ:  ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ୨ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପାଇଁ ଭାରତୀୟ ଦଳ ଅଭ୍ୟାସ ଜାରି ରଖିଛନ୍ତି । ଏହି ଅଭ୍ୟାସ ସମୟରେ ବିରାଟ କୋହଲିଙ୍କ ବ୍ୟାଟିଂରେ ବଲ ଯାଇ ଷ୍ଟାଡିୟମର ଡ୍ରେସିଂ ରୁମରେ ବାଜିଥିଲା। ଏହି ଆଘାତରେ ଡ୍ରେସିଂ ରୁମ୍‌ର କାନ୍ଥ କଣା ହୋଇଯାଇଥିଲା । ଏହାର ଏକ ଭିଡିଓ ‌ସୋସିଆଲ ମିଡିଆରେ ସେୟାର ହେବାପରେ ଭାଇରାଲ ହୋଇଯାଇଛି।କୋହଲିଙ୍କ ଏହି ଭାଇରଲ ଭିଡିଓଟିକୁ ଜଣେ ପ୍ରଶଂସକ ସେୟାର କରି ଲେଖିଛନ୍ତି, 'କୋହଲି କାନ୍ଥ ଭାଙ୍ଗିଦେଲେ' ।

Advertisment

 

ଏମଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରାକଟିସ ସମୟରେ କୋହଲିଙ୍କୁ ତାଙ୍କ ଫ୍ୟାନ୍ସମାନେ ଭେଟିବାକୁ ଆସିଥିଲେ । କୋହଲି ସେମାନଙ୍କ ସହ ଫଟୋ ଉଠାଇଥିଲେ ଓ ଅଟୋଗ୍ରାଫ ମଧ୍ୟ ଦେଇଥିଲେ । କୋହଲିଙ୍କ ଠାରୁ ଅଟୋଗ୍ରାଫ ପାଇ ଫ୍ୟାନ୍ସମାନେ ଖୁବ ଖୁସି ହୋଇ ଘରକୁ ଫେରିଥିଲେ।

ସେପ୍ଟେମ୍ବର ୧୯ ରୁ ୨୩ ମଧ୍ୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ଏହାପରେ ୨୭ ସେପ୍ଟେମ୍ବରରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ସିରିଜ ପାଇଁ ବିସିସିଆଇ ୧୬ ଜଣିଆ ଦଳ ମଧ୍ୟ ଘୋଷଣା କରିଛି । ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଏବେ ବାଂଲାଦେଶ ବିପକ୍ଷ ସିରିଜରେ ଭାରତ ମ୍ୟାଚରେ ବିରାଟ ଭଲ ପ୍ରଦର୍ଶନ କରିବା ନେଇ ଫ୍ୟାନ୍ସ ଆଶାବାଦୀ ଅଛନ୍ତି।