କୋହଲି ଭାଙ୍ଗିଲେ ସଚିନଙ୍କ ରେକର୍ଡ : ଦିନିକିଆ କ୍ରିକେଟ୍‌ରେ ବିରାଟ ପୂରଣ କଲେ ଦ୍ରୁତତମ ୧୦,୦୦୦ ରନ୍‌

ବିଶାଖାପାଟଣା: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଦ୍ରୁତତମ ୧୦,୦୦୦ ରନ୍‌ ପୂରଣ କରିଛନ୍ତି। ଏଥିସହ ସେ ଚିନ୍‌ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡକୁ ଭଙ୍ଗ କରିଛନ୍ତି। କୋହଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଦିନିକିଆରେ ୮୧ ରନ୍‌ କରି  ଦିନିକିଅା କ୍ରିକେଟର ୧୦ ହଜାର ରନ୍‌ କ୍ଲବରେ ସାମିଲ ହୋଇଛନ୍ତି। ତେବେ ସବୁଠାରୁ କମ୍‌ ଇନିଂସ୍‌ରେ ବିରାଟ୍‌ ବିଶ୍ୱର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ଭାବେ ଏଭଳି ୧୦ ହଜାର ରନ୍‌ ହାସଲ କରିବାର ରେକର୍ଡ କରିଛନ୍ତି।

ଟିମ୍ ଇଣ୍ଡିଅା କ୍ୟାପଟେନ୍ ବିରାଟ   କୋହଲି ୨୧୩ତମ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏହି ବହୁ ପ୍ରତୀକ୍ଷିତ ଲକ୍ଷ୍ୟ ପୂରଣ କରିଛନ୍ତି। ଆନ୍ଧ୍ରପ୍ରଦେଶର ଓ୍ଵାଇ ରାଜଶେଖର ରେଡ୍ଡି ଷ୍ଟାଡିୟମ୍‌ରେ ବୁଧବାର କୋହଲି ୨୦୫ତମ ଇନିଂସ ଖେଳୁଥିବା ବେଳେ ଏହି କୃତିତ୍ତ୍ୱ ହାସଲ କରି ୧୦,୦୦୦ ରନ୍‌ କ୍ଲବରେ ସାମିଲ ହୋଇଛନ୍ତି। ଏଥିସହ ବିରାଟ କୋହଲି ଆଜି  ତାଙ୍କର  ୩୭ତମ ଏକଦିବସୀୟ ଶତକ ହାସଲ କରିଛନ୍ତି ।

କୋହଲି ସବୁବେଳେ ରେକର୍ଡ ପଛରେ ଗୋଡେଇ ଥାନ୍ତି। ଦ୍ୱିତୀୟ ଦିନିକିଆରେ ୮୧ ରନ୍‌ ସଂଗ୍ରହ କରିବା ସହିତ ସଚିନ ତେନ୍ଦୁଲକରଙ୍କ ଦିନିକିଆ କ୍ରିକେଟରେ ଦ୍ରୁତତମ ୧୦,୦୦୦ ରନ୍‌ ରେକର୍ଡ ଅତିକ୍ରମ କରିଛନ୍ତି। ସଚିନ ୨୬୬ତମ ଦିନିକିଆରେ ୨୫୯ତମ ଇନିଂସରେ ୧୦,୦୦୦ ରନ୍‌ ପୂରଣ କରିଥିଲେ।

ଦ୍ରୁତତମ ୧୦,୦୦୦ ରନ୍‌ ପୂରଣ

ବିରାଟ କୋହଲି – ୨୦୫ ଇନିଂସ
ସଚିନ ତେନ୍ଦୁଲକର – ୨୫୯ ଇନିଂସ
ସୌରଭ ଗାଙ୍ଗୁଲି – ୨୬୩ ଇନିଂସ
ରିକି ପଣ୍ଟିଂ – ୨୬୬ ଇନିଂସ
ଜ୍ୟାକ୍‌ କାଲିସ – ୨୭୨ ଇନିଂସ
ମହେନ୍ଦ୍ର ସିଂହ ଧୋନି – ୨୭୯ ଇନିଂସ

ଦିନିକିଆରେ ୧୦,୦୦୦+ ରନ୍‌ ସଂଗ୍ରହକାରୀ ଭାରତୀୟ

୧) ସଚିନ ତେନ୍ଦୁଲକର – ୧୮,୪୨୬ ରନ୍‌
୨) ସୌରଭ ଗାଙ୍ଗୁଲି – ୧୧,୩୬୩ ରନ୍‌
୩) ରାହୁଲ ଦ୍ରାବିଡ଼ – ୧୦,୮୮୯ ରନ୍‌
୪) ମହେନ୍ଦ୍ର ସିଂହ ଧୋନି – ୧୦,୧୪୩ ରନ୍‌
୫) ବିରାଟ କୋହଲି – ୧୦,୦୦୦+

ସମ୍ବନ୍ଧିତ ଖବର