ଘରୋଇ ପଡ଼ିଆରେ କୋହଲିଙ୍କ ଧମାକା, ପଛରେ ପଡ଼ିଲେ ଡିଭିଲିୟର୍ସ

ବିଶାଖାପାଟଣା: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ବିଶାଖାପାଟଣା ଦିନିକିଆରେ ବିରାଟ କୋହଲି ବୁଧବାର ବଡ଼ ଅଭିଜ୍ଞତା ହାସଲ କରିଛନ୍ତି। କୋହଲି ଭାରତ ମାଟିରେ ଦ୍ରୁତତମ ୪୦୦୦ ରନ୍‌ ପୂରା କରି ଏହି ଧମାକା ସୃଷ୍ଟି କରିଛନ୍ତି। ସେ ଶତକୀୟ ଇନିଂସ ବଳରେ ୩୦ ରନ୍‌ ଯୋଡ଼ି ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି।

ଗୋଟିଏ ଦେଶରେ କମ୍‌ ଇନିଂସରେ ୪୦୦୦ ରନ୍‌ କରିଥିବା ଖେଳାଳି

ଭାରତରେ ୭୮ ଇନିଂସ: ବିରାଟ କୋହଲି
ଦକ୍ଷିଣ ଆଫ୍ରିକାରେ ୯୧ ଇନିଂସ: ଏବି ଡିଭିଲିୟର୍ସ
ଭାରତରେ ୯୨ ଇନିଂସ: ସଚିନ ତେନ୍ଦୁଲକର
ଭାରତରେ ୧୦୦ ଇନିଂସ: ମହେନ୍ଦ୍ର ସିଂହ ଧୋନି
ଅଷ୍ଟ୍ରେଲିଆରେ ୧୦୩ ଇନିଂସ: ଡିନ୍‌ ଜୋନସ୍‌
ଅଷ୍ଟ୍ରେଲିଆରେ ୧୦୭ ଇନିଂସ: ରିକି ପଣ୍ଟିଂ

ବିରାଟ କୋହଲି ଭାରତରେ ୭୮ଟି ଇନିଂସ ଖେଳି ଦିନିକିଆ କ୍ୟାରିୟରର ୪୦୦୦ ରନ୍‌ ପୂରା କରିଛନ୍ତି। କୌଣସି ଦେଶରେ କମ ଇନିଂସରେ ୪୦୦୦ ରନ୍‌ କଥା ବିଚାରକୁ ନେଲେ ଡିଭିଲିୟର୍ସଙ୍କ ମଧ୍ୟ କୋହଲି ପଛରେ ପକାଇ ଦେଇଛନ୍ତି। ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକାରେ ୯୧ ଇନିଂସରେ ୪୦୦୦ ରନ୍‌ ପୂରଣ କରିଥିଲେ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାରତୀୟ

ବିରାଟ କୋହଲି: ୨୯ ଇନିଂସରେ ୧୬୮୪ ରନ୍‌
ସଚିନ ତେନ୍ଦୁଲକର: ୩୯ ଇନିଂସରେ ୧୫୭୩ ରନ୍‌
ରାହୁଲ ଦ୍ରାବିଡ଼: ୩୮ ଇନିଂସରେ ୧୩୪୮ ରନ୍‌
ସୌରଭ ଗାଙ୍ଗୁଲି: ୨୭ ଇନିଂସରେ ୧୧୪୨ ରନ୍‌

ସମ୍ବନ୍ଧିତ ଖବର