କୋହଲି ପିନ୍ଧିଥିବା ଏହି ଘଣ୍ଟାର ଦାମ କେତେ ଜାଣିଛନ୍ତି କି ? ଉଡିଯିବ ହୋସ !

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବିଶ୍ୱର ସବୁଠାରୁ ଦାମୀ ଖେଳାଳି ଭାବେ ସୁପରିଚିତ | କିଛି ଦିନ ପୂର୍ବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା ପରେ ବିରାଟ ନିଜ ପତ୍ନୀ ଅନୁଷ୍କାଙ୍କ ସହ ଭାରତ ଫେରିଆସିଛନ୍ତି | ମୁମ୍ବାଇ ଏୟାରପୋର୍ଟରେ ଦୁହିଁଙ୍କୁ ଦେଖିବାକୁ ମିଳିଥିବାବେଳେ ତାଙ୍କ ହାତ ଘଣ୍ଟାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି |

ବିରାଟ ମୁମ୍ବାଇ ବିମାନବନ୍ଦରରେ ଯେଉଁ ଘଣ୍ଟାରେ ସମୟ ଦେଖୁଛନ୍ତି ତାହା କୌଣସି ଏମିତିସେମିତି ଘଣ୍ଟା ନୁହେଁ | ଏହି ଘଣ୍ଟାର ମୂଲ୍ୟ ୭୦ ଲକ୍ଷ ତାଙ୍କ ହୋଇଥିବାବେଳେ କୋହଲିଙ୍କ ପାଖରେ ଏଭଳି କିଛି ଘଣ୍ଟାର କଲେକ୍ସନ ରହିଛି | ବିଶେଷ କରି ଘଣ୍ଟା ପ୍ରତି କୋହଲିଙ୍କର ଦୁର୍ବଳତାଥିବାରୁ ସେ ଏହିପରି କିଛି ଦାମୀ ଘଣ୍ଟା କିଣିଥାନ୍ତି |

ବିରାଟ କୋହଲିଙ୍କ ଘଣ୍ଟାରେ ସୁନା ଓ ହୀରାର ପ୍ରୟୋଗ କରାଯାଇଥିବାବେଳେ ଏହି ଘଣ୍ଟାରେ ବହୁତ କିଛି ଫିଚର୍ସ ମଧ୍ୟ ରହିଛି | ଚର୍ଚ୍ଚା ହୁଏ ଯେ ବିରାଟ ଯେଉଁ କମ୍ପାନୀର ପାଣି ପିଅନ୍ତି ତାହାର ଲିଟର ପିଛା ମୂଲ୍ୟ ୬୦୦ ଟଙ୍କା ହୋଇଥାଏ |

ସମ୍ବନ୍ଧିତ ଖବର