ଅର୍ଦ୍ଧଶତକରୁ ବଞ୍ଚିତ କ୍ୟାପ୍‌ଟେନ୍‌ କୋହଲିଙ୍କ ନାଁରେ ଆଉ ଏକ ବଡ଼ ରେକର୍ଡ ସାମିଲ

ହାଇଦ୍ରାବାଦ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ୟ ଟେଷ୍ଟ ମ୍ୟାଚରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଲା ମାତ୍ରେ କିଛି ନୂଆ ରେକର୍ଡ କରିଥାନ୍ତି। ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚରେ କୋହଲି ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି କିନ୍ତୁ ସେ ଅଧିନାୟକ ଭାବରେ ଏକ ବଡ ଅଭିଜ୍ଞତା ହାସଲ କରିଛନ୍ତି।

କୋହଲି ଏବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଅଧିକ ରନ ସଂଗ୍ରହକାରୀ ଏସୀୟ ଅଧିନାୟକ ହୋଇପାରିଛନ୍ତି। ଏହି ମାମଲାରେ ସେ ପାକିସ୍ତାନର ପୂର୍ବତନ କ୍ରିକେଟର ମିସବା ଉଲ-ହକକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। କୋହଲି ଟେଷ୍ଟ କ୍ରିକେଟରେ ବର୍ତ୍ତମାନ ଅଧିନାୟକ ଏପର୍ଯ୍ୟନ୍ତ ୬୯ ଇନିଂସରେ ୬୫.୯୬ ହାରରେ ୪୨୩୩ ରନ୍‌ ସଂଗ୍ରହ କରିଛନ୍ତି। କୋହଲିଙ୍କ ପରେ ମିସବା, ମହେଲା ଜୟଓ୍ଵର୍ଦ୍ଧନେ, ମହେନ୍ଦ୍ର ସିଂହ ଧୋନି ଓ ସୁନୀଲ ଗାଭାସ୍କରଙ୍କ ନାମ ଆସିଛି।

୧) ୪୨୩୩ ରନ୍‌, ବିରାଟ କୋହଲି: ୬୯ ଇନିଂସ
୨) ୪୨୧୪ ରନ୍‌, ମିସବା ଉଲ୍‌-ହକ୍‌: ୯୯ ଇନିଂସ
୩) ୩୬୬୫ ରନ୍‌, ମହେଲା ଜୟଓ୍ଵର୍ଦ୍ଧନେ: ୬୬ ଇନିଂସ
୪) ୩୪୫୪ ରନ୍‌, ମହେନ୍ଦ୍ର ସିଂହ ଧୋନି: ୯୬ ଇନିଂସ
୫) ୩୪୪୯ ରନ୍‌, ସୁନୀଲ ଗାଭାସ୍କର: ୭୪ ଇନିଂସ

ହାଇଦ୍ରାବାଦ ଟେଷ୍ଟର ୨ୟ ଦିନ ଅଧିନାୟକ ବିରାଟ କୋହଲି ଓ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ଟିମକୁ ବଞ୍ଚାଇବାକୁ ଯାଇ ୪ର୍ଥ ଓ୍ଵିକେଟରେ ୬୦ ରନ୍‌ ଭାଗିଦାରୀ ହୋଇଛନ୍ତି। ସେହିଭଳି କୋହଲି ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ କୋହଲିଙ୍କୁ ଜେସନ୍‌ ହୋଲ୍ଡର ଏଲବିଡବ୍ଲୁ କରିଥିଲେ।

ସମ୍ବନ୍ଧିତ ଖବର