କ୍ରିକେଟ ପଡିଆ ବାହାରେ ସଚିନଙ୍କୁ ଟପିଗଲେ ବିରାଟ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି | ଏହି ଉପଲବ୍ଧି ତାଙ୍କୁ କ୍ରିକେଟ ପିଚରେ ମିଳିନାହିଁ ବରଂ ସୋସିଆଲ ମିଡ଼ିଆ ମାଧ୍ୟମରେ ହାସଲ ହୋଇଛି | ଟ୍ୱିଟରରେ ବିରାଟଙ୍କର ଫଲୋୟର୍ସଙ୍କ ସଂଖ୍ୟା ୩୦ ମିଲିୟନ ଅର୍ଥାତ ୩ କୋଟି ହୋଇଯାଇଛି | ଏହାସହ ବିରାଟ କୋହଲି ମାଷ୍ଟରବ୍ଲଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଦେଇଛନ୍ତି | ବର୍ତ୍ତମାନ କୋହଲିଙ୍କର ଫଲୋୟର୍ସଙ୍କ ସଂଖ୍ୟା ୩ କୋଟି ହୋଇଥିବାବେଳେ ସଚିନଙ୍କର ଫଲୋୟର୍ସଙ୍କ ସଂଖ୍ୟା ୨କୋଟି ୯୦ ଲକ୍ଷରେ ପହଞ୍ଚିଛି |

ସେହିପରି ପୂର୍ବତନ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନିଙ୍କର ଫଲୋୟର୍ସଙ୍କ ସଂଖ୍ୟା ୮ ମିଲିୟନରେ ପହଞ୍ଚିଛି | କ୍ୟାପଟେନ କୋହଲି ଏହାକୁ ନେଇ ନିଜ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି | କୋହଲି ସୋସିଆଲ ମିଡିଆରେ ପ୍ରାୟ ସମୟ ଆକ୍ଟିଭ ରହିଥାନ୍ତି | ଏବେ କିଛିଦିନ ହେଲା ନିଜ ଫିଟନେସ ଓ ଫେସନ ସମ୍ବଦ୍ଧିତ ଫଟୋ କୋହଲି ସେୟାର କରୁଛନ୍ତି |

ଜୁନ ୧୭ରେ ସେ ଏଭଳି ଏକ ଫଟୋ ସେୟାର କରିଥିଲେ ଯାହାକି ଚର୍ଚ୍ଚା ସୃଷ୍ଟି କରିଥିଲା | ଏଥିରେ ସେ ୧୯୯୦ ମସିହାର ତାଙ୍କ ପିଲାବେଳେର ଫଟୋ ସେୟାର କରିଥିଲେ | ସେତେବେଳେର ଫଟୋ ପୋଜ ସହ ବର୍ତ୍ତମାନର ଫଟୋ ପୋଜକୁ ସ୍ଥାନିତ କରିଥିଲେ |

ସମ୍ବନ୍ଧିତ ଖବର