ଫିଟ ରହିବା ପାଇଁ ବିରାଟ କୋହଲି ପ୍ରତିଦିନ ପିଉଥିବା ପାଣିର ମୂଲ୍ୟ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଭଲ କ୍ରିକେଟରଙ୍କ ମଧ୍ୟରୁ ଜଣେ। କୋହଲି ନିୟମିତ ଭାବେ ୱାର୍କ ଆଉଟ କରନ୍ତି । ସେ ଡାଏଟରେ ବି ଅନେକ ପରିବର୍ତ୍ତନ ଆଣିଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ କେବଳ ଖାଦ୍ୟରେ ସୀମିତ ନୁହେଁ । ବରଂ କୋହଲିଙ୍କ ପିଇବା ପାଣି ମଧ୍ୟ ଭିନ୍ନ ରହିଛି।

ପ୍ରକାଶିତ ରିପୋର୍ଟ ମୁତାବକ କୋହଲି ‘ବ୍ଲାକ ୱାଟର’ ପିଇ ଥାଆନ୍ତି। ଯାହାର ମୂଲ୍ୟ ଲିଟର ପିଛା ପ୍ରାୟ ୩୦୦୦ରୁ ୪୦୦୦ ଟଙ୍କା ମଧ୍ୟରେ ରହିଛି। ଏହି ପାଣିରେ ପ୍ରାକୃତିକ-କଳା ଅଲ୍କାଲାଇନ ରହିଥାଏ, ଯାହା ଶରୀରକୁ ହାଇଡ୍ରେଟେଡ୍ ରଖିବାରେ ସାହାଯ୍ୟ କରେ।

ବିରାଟ କୋହଲିଙ୍କ ବ୍ୟତୀତ ଉର୍ବଶୀ ରାଉତେଲା ଏବଂ ଅନ୍ୟ ସେଲିବ୍ରିଟିମାନେ କରୋନା ମହାମାରୀ ଓ ଲକଡାଉନ ସମୟରେ ‘ବ୍ଲାକ ୱାଟର’ ପିଉଥିଲେ। ସେମାନଙ୍କ ବିଶ୍ବାସ  କି ଏହି ଜଳ ତ୍ବଚାର ଔଜ୍ଜଲ୍ୟ ବୃଦ୍ଧି କରିଥାଏ। ଏହା ବ୍ୟତୀତ ଏହି ଜଳ ଶରୀର ଓଜନକୁ ନିୟନ୍ତ୍ରଣ ରଖିଥାଏ ଏବଂ ଅବସାଦକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ସମ୍ବନ୍ଧିତ ଖବର