କୋହଲି ତାଙ୍କର ଗୋଟିଏ ଇନ୍ଷ୍ଟା ପୋଷ୍ଟ୍ରୁ ରୋଜଗାର କରନ୍ତି ଏତିକି ଟଙ୍କା, ଇନ୍ଷ୍ଟାର ଧନୀ ତାଲିକାରେ ନବମ ସ୍ଥାନରେ ରହିଲେ
ନୂଆଦିଲ୍ଳୀ: ସୋସିଆଲ୍ ମିଡିଆ ପାଇଁ ସେଲିବ୍ରିଟି ଓ ପ୍ରଶଂସକ ନିକଟତର ହୋଇପାରୁଛନ୍ତି। ଖାଲି ସେତିକି ନୁହେଁ, ସେଲିବ୍ରିଟିମାନେ ସେମାନଙ୍କର ଗୋଟାଏ ଗୋଟାଏ ପୋଷ୍ଟ୍ ପାଇଁ ମୋଟା ଅଙ୍କର ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି।
ଆପଣ ଜାଣିଥାନ୍ତୁ ଯେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ତାଙ୍କର ଗୋଟାଏ ଗୋଟାଏ ପୋଷ୍ଟ୍ ପାଇଁ ଲକ୍ଷରୁ ନେଇ କୋଟି ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ବିଶ୍ବର ସୋସିଆଲ୍ ମିଡିଆରେ ଅଧିକ ରୋଜଗାର କରୁଥିବା କେତେ ଜଣ ବଛାବଛା ଖେଳାଳିଙ୍କ ଭିତରୁ କୋହଲି ଅନ୍ୟତମ।

କୋହଲି ତାଙ୍କର ଏକ ପୋଷ୍ଟ୍ ପାଇଁ ଇନ୍ଷ୍ଟାଗ୍ରାମ୍ରୁ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରିଥାନ୍ତି। ଇନ୍ଷ୍ଟାଗ୍ରାମରେ ଥିବା ଧନୀମାନଙ୍କ ମଧ୍ୟରୁ କୋହଲି ନବମ ସ୍ଥାନରେ ଅଛନ୍ତି। ପ୍ରଥମ ସ୍ଥାନରେ ଅଛନ୍ତି ବିଶ୍ବର ପରିଚିତ ଫୁଟ୍ବଲ୍ ଖେଳାଳି ଖ୍ରୀଷ୍ଟିୟାନୋ ରୋନାଲ୍ଡୋ।
ତେବେ, ପ୍ରକାଶ ପାଇଥିବା ତାଲିକାରେ ଲେଖାଯାଇଛି ଯେ ଏହି ଭାରତୀୟ ଖେଳାଳି ତାଙ୍କର ଗୋଟାଏ ଇନ୍ଷ୍ଟାଗ୍ରାମ ପୋଷ୍ଟ୍ ପାଇଁ ପ୍ରାୟ ୧ କୋଟି ୩୫ ଲକ୍ଷ ୬୬ ହଜାର ୭୪୯ ଟଙ୍କା ରୋଜଗାର କରିଥାନ୍ତି। ଇନ୍ଷ୍ଟାଗ୍ରାମରେ କୋହଲିଙ୍କର ୩୬ ମିିଲିୟନ୍ ଫଲୋୟର୍ସ ଅଛନ୍ତି।