ନୂଆଦିଲ୍ଲୀ: କ୍ରିକେଟରେ ବିରାଟ କୋହଲିଙ୍କ ଅବିଶ୍ୱସନୀୟ ସଫଳତାରେ ତାଙ୍କ ଫିଟନେସ୍ ଏବଂ ସ୍ଥିରତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଟିମ୍ ଇଣ୍ଡିଆର ଏହି ଷ୍ଟାର ଖେଳାଳି ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ନିଜର ୮୧ତମ ଶତକ ହାସଲ କରି ଅଷ୍ଟ୍ରେଲିଆ ବିପକ୍ଷ ୫ମ୍ୟାଚ୍ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଶତକ କରିଥିଲେ। ୩୬ବର୍ଷ ବୟସରେ ମଧ୍ୟ ବିରାଟ କୋହଲି ବହୁତ ଫିଟ୍। ଏହା ବିରାଟଙ୍କ ପାଇଁ ସହଜ ନଥିଲେ ବି ସେ ନିଜକୁ ଫିଟ୍ ରଖିବା ପାଇଁ ନିଜର ପ୍ରିୟ ଖାଦ୍ୟ ଛାଡ଼ିଛନ୍ତି। ଏହା ବିଷୟରେ ଜଣାଇଛନ୍ତି ବିରାଟଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା।
Anushka Sharma On Kohli's fitness secret pic.twitter.com/uuikcqRYWB
— Noor (@HeyNoorr) December 4, 2024
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଅନୁଷ୍କା ଶର୍ମା ତାଙ୍କ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କ ସ୍ୱାସ୍ଥ୍ୟ ଏବଂ ତାଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ ବିଷୟରେ କହୁଛନ୍ତି। ଅଭିନେତ୍ରୀ ଅନୁଷ୍କା କହୁଛନ୍ତି ଯେ, 'ଏବେ ସମସ୍ତେ ସଜାଗ ହେଲେଣି। କ୍ରିକେଟରଙ୍କ ସହ ମୁଁ ଭାବୁଛି ଆମ ଇଣ୍ଡଷ୍ଟ୍ରିରେ ମଧ୍ୟ କଳାକାରମାନେ ନିଜକୁ ଫିଟ୍ ରଖିବା ଆରମ୍ଭ କଲେଣି। ବିରାଟଙ୍କ କଥା ଯଦି କହିବି, ତେବେ ସେ ପ୍ରତିଦିନ ସକାଳୁ ଉଠି ବ୍ୟାୟାମ କରିବାକୁ ଭୁଲନ୍ତି ନାହିଁ। ସେ ମିଠା ଖାଆନ୍ତି ନାହିଁ କି ବାହାରର ଜଙ୍କ୍ ଫୁଡ୍ ଖାଆନ୍ତି ନାହିଁ। ନିଜକୁ ଫିଟ୍ ରଖିବା ପାଇଁ ସେ ୧୦ବର୍ଷ ହେଲାଣି ବଟର ଚିକେନ୍ ଛାଡ଼ିଲେଣି। ସେ ନିଜ ନିଦ ସହିତ ଆପୋଷ ବୁଝାମଣା କରନ୍ତି ନାହିଁ | ବିଶ୍ରାମ ସମୟରେ ସେ ସମ୍ପୂର୍ଣ୍ଣ ବିଶ୍ରାମ କରନ୍ତି |'
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/05/A9H6OvAwZVIrTYbLtCgW.jpg)