ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)୨୦୨୫ ରେ ଆରସିବିର ବିଜୟ ପରେ ଦଳର ପ୍ରଶଂସକମାନେ ଖୁବ ଉତ୍ସାହିତ ଅଛନ୍ତି। ଏହି ପ୍ରଶଂସକମାନଙ୍କ ମଧ୍ୟରୁ ଏମିତି କିଛିଜଣ ଅଛନ୍ତି ଯେଉଁମାନଙ୍କର ଖେଳ ପ୍ରତି ଖୁବ ଦୁର୍ବଳତା ରହିଛି। ସମୟସମୟରେ ଦଳ ବିଜୟୀ ହୋଇଗଲେ ପ୍ରଶଂସକମାନେ ଖୁବ ଉତ୍ସାହିତ ହୋଇ ସେମାନଙ୍କ ପାଗଳାମୀ ଦେଖାଇବା ଆରମ୍ଭ କରି ଦେଇଥାଆନ୍ତି। 

Advertisment

ଏପରି କିଛି ଭିଡିଓ ଆରସିବିର ବିଜୟ ହେବାପରେ ସାମ୍ନାକୁ ଆସିଛି। ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ, ଆରସିବି ଏବଂ ବିରାଟ କୋହଲିଙ୍କ ଜଣେ ପ୍ରଶଂସକ ଏତେ ମାତ୍ରାରେ ଉତ୍ସାହିତ ହୋଇଯାଇଛନ୍ତି କି ସେ ତାଙ୍କ ହାତ କାଟି ଦେଉଛନ୍ତି।

ହାତ କାଟିବା ପରେ ସେଥିରୁ ବାହାରୁଥିବା ରକ୍ତକୁ ନେଇ ଫ୍ୟାନ୍ସ ଜଣକ ବିରାଟଙ୍କ ପୋଷ୍ଟରରେ ଟିକା ଲଗାଉଥିବାର ଦେଖିବାକୁ ମିଳୁଛି।  ତେବେ ବିରାଟଙ୍କ ମଥାରେ ଟିକା ଲଗାଇବା ପାଇଁ ଉକ୍ତ ଖେଳପ୍ରେମୀ ଓ ବିରାଟଙ୍କ ଫ୍ୟାନ୍ସ ଜଣକ ଥରେ ନୁହେଁ ତିନିଥର ଏକ ‌ବ୍ଲେଡ଼ ସାହାଯ୍ୟରେ ହାତକୁ କାଟି ଦେଇଥିଲେ।