ସେଞ୍ଚୁରିଅନ୍: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଜରିମାନା ଲାଗିଛି। ଆଇସିସିର ଆଚରଣ ବିଧି ଉଲଂଘନ କରି ମ୍ୟାଚ ରେଫରିଙ୍କ କୋଠରିକୁ ଯାଇ ଯୁକ୍ତିତର୍କ କରିବା ଅଭିଯୋଗରେ କୋହଲିଙ୍କ ଠାରୁ ମ୍ୟାଚ୍ର ୨୫ ପ୍ରତିଶତ ରାଶି ଜରିମାନା ସୂତ୍ରରେ ଆଦାୟ କରାଯିବ ବୋଲି ଜଣାପଡ଼ିଛି।
କେବଳ ଏତିକି ନୁହେଁ ଆଇସିସି ପକ୍ଷରୁ କୋହଲିଙ୍କୁ ୧ ଡିମେରିଟ ପଏଣ୍ଟ ମଧ୍ୟ ମିଳିଛି। ଭାରତୀୟ ଅଧିନାୟକ କୋହଲି ସେଞ୍ଚୁରିଅନ୍ ଟେଷ୍ଟର ୩ୟ ଦିନରେ ସୋମବାର ଖରାପ ଆଲେକ ଯୋଗୁଁ ଖେଳକୁ ବନ୍ଦ କରାଯିବା ପରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ।
BREAKING: Virat Kohli has been fined for breaching the ICC Code of Conduct.
More ➡️ https://t.co/zRJ74iOlX1pic.twitter.com/xMH5dTKQsi
— ICC (@ICC) January 16, 2018
୨ୟ ଟେଷ୍ଟ ମ୍ୟାଚ୍ର ୩ୟ ଦିନ ଶେଷ ସମୟ ବେଳକୁ ଆଲୋକ ଜନିତ ସମସ୍ୟା ଯୋଗୁଁ ଖେଳ ବନ୍ଦ କରାଯାଇଥିଲା। ଏଥିରେ କୋହଲି ଅସନ୍ତୁଷ୍ଟ ହୋଇଥିଲେ। ମ୍ୟାଚ୍ ଚାଲିଥିବା ବେଳେ ବର୍ଷା ଆସିଥିଲା। ବର୍ଷା ବନ୍ଦ ହେବା ପରେ ପୁଣି ଥରେ ଖେଳ ଚାଲିଥିଲା। କିନ୍ତୁ ମାତ୍ର ୫ ଓଭର ପରେ ଦ୍ୱିତୀୟ ଥର ପାଇଁ ବର୍ଷା ଆସିଥିଲା।
ମ୍ୟାଚ୍କୁ ବନ୍ଦ କରି ଦିଆଯିବା ପରେ ଅସନ୍ତୁଷ୍ଟ କୋହଲି ପଡ଼ିଆ ବାହାରକୁ ଯାଇ ସିଧାସଳଖ ମ୍ୟାଚ୍ ରେଫରି କ୍ରିସ୍ ବ୍ରଡଙ୍କ କୋଠରିଙ୍କୁ ପହଞ୍ଚି ଥିଲେ। କୋହଲି ମ୍ୟାଚ୍ ରେଫରିଙ୍କ ସମ୍ମୁଖରେ ମ୍ୟାଚ୍ ଅଟକାଇବା ନେଇ ନିଜର ଅସନ୍ତୁଷ୍ଟତା ସମ୍ପର୍କରେ ଜଣାଇ ଯୁକ୍ତିତର୍କ କରିଥିଲେ।