୭୧ତମ ଶତକ ପରେ କୌଣସି କ୍ରିକେଟରଙ୍କୁ ମିଳିନଥିବା ସଫଳତା ହାସଲ କଲେ ବିରାଟ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ସହ ଏକ ନୂଆ ରେକର୍ଡ ସାମିଲ କରିଛନ୍ତି। ନିକଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏସିଆ କପରେ ଆଫଗାନିସ୍ତାନ ବିପକ୍ଷ ମ୍ୟ‌ାଚରେ ୭୧ତମ ଶତକ ହାସଲ କରିଥିଲେ। ଏହି ଉପଲବ୍ଧି ପରେ ଏବେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ କୌଣସି କ୍ରିକେଟରଙ୍କୁ ମିଳିନଥିବା ସଫଳତା ହାସଲ କରିଛନ୍ତି।

୩୩ବର୍ଷିୟ ବିରାଟ କୋହଲିଙ୍କ ଟ୍ୱିଟରରେ ଫଲୋୱର୍ସ ସଂଖ୍ୟା ଏବେ ୫୦ନିୟୁତ (୫କୋଟି) ଅତିକ୍ରମ କରିଛି। ଏହି ସଂଖ୍ୟା ସହ ସେ ଅଧିକ ଫଲୋୱର୍ସ ଥିବା ବିଶ୍ୱର ପ୍ରଥମ କ୍ରିକେଟର ବନି ପାରିଛନ୍ତି। ଟ୍ୱିଟରରେ ୫କୋଟି ଫଲୋୱର୍ସ ଥିବା ବେଳେ ଇନଷ୍ଟାଗ୍ରାମରେ କୋହଲିଙ୍କର ୨୧୧ନିୟୁତ (୨୧.୧ ନିୟୁତ) ଫଲୋୱର୍ସ ଅଛନ୍ତି। ଏହା ସହ ୪୯ମିଲିୟନରୁ ଅଧିକ (୪.୯୦ କୋଟି) ଲୋକ ଫେସବୁକରେ କୋହଲିଙ୍କୁ ଅନୁସରଣ କରନ୍ତି। ଏହିପରି, ଯଦି କୋହଲିଙ୍କ ସମସ୍ତ ତିନୋଟି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ଫେସବୁକର ସମୁଦାୟ ଫଲୋୱର୍ସ ସଂଖ୍ୟାକୁ ମିଶା ଯାଏ, ତେବେ ମୋଟ ଫଲୋୱର୍ସ ସଂଖ୍ୟା ୩୧୦ ନିୟୁତ (୩୧କୋଟି) ହେବ।

କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲିଙ୍କ ପରେ ସଚିନ୍ ତେନ୍ଦୁଲକରଙ୍କର ଦ୍ୱିତୀୟ ସର୍ବାଧିକ ଫଲୋୱର୍ସ ରହିଛନ୍ତି। ଟ୍ୱିଟରରେ ସଚିନଙ୍କର ୩୭.୮ନିୟୁତ (୩.୭୮ କୋଟି) ଫଲୋୱର୍ସ ଥିବା ଜଣାପଡ଼ିଛି। ଟ୍ୱିଟରରେ ଫଲୋୱର୍ସ ସଂଖ୍ୟା ଦେଖିବାକୁ ଗଲେ ଶ୍ରେଷ୍ଠ ୧୦୦ ସେଲିବ୍ରିଟିଙ୍କ ତାଲିକାରେ ଏହି ଦୁଇ କ୍ରିକେଟରଙ୍କ ନାଁ ରହିଛି।

ଯଦି କେବଳ ଭାରତରେ ସବୁଠାରୁ ଅଧିକ ଅନୁସରଣ କରାଯାଉଥିବା ଟ୍ବିଟର ଆକାଉଣ୍ଟକୁ ଦେଖାଯାଏ, ତେବେ କୋହଲି ଏଥିରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କାରଣ ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନମ୍ବର ୧ରେ ଅଛନ୍ତି। ଟ୍ବିଟରରେ ତାଙ୍କର ଫଲୋୱର୍ସ ସଂଖ୍ୟା ହେଉଛି ୮୨.୪ ମିଲିୟନ (୮.୨୪ କୋଟି)। ଦ୍ୱିତୀୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟ୍ ରହିଥିବା ବେଳେ ଏହି ଆକାଉଣ୍ଟକୁ ୫୦.୫ ନିୟୁତ (୫.୦୫ କୋଟି) ଲୋକ ଫଲୋ କରୁଛନ୍ତି।

ସମ୍ବନ୍ଧିତ ଖବର