ତେନ୍ଦୁଲକରଙ୍କ ପରେ ବିରାଟ କୋହଲି ହେଲେ ୧ ନମ୍ବର ଟେଷ୍ଟ୍‍ ବ୍ୟାଟ୍‌ସ୍‌ମ୍ୟାନ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟିବ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ରବିବାର ଦିନ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଇଣ୍ଟର୍‌ନେସ୍‌ନାଲ୍‌ କ୍ରିକେଟ୍‌ କାଉନ୍‌ସିଲ୍‌ର ର‍୍ୟାଙ୍କିଙ୍ଗ୍‌ସ୍‌ର ଟେଷ୍ଟ୍‍ ବ୍ୟାଟ୍‌ସ୍‌ମ୍ୟାନ୍‌ ତାଲିକାର ଶୀର୍ଷ ମାନ୍ୟତା ପାଇଛନ୍ତି। ଏଜ୍‌ବ୍ୟାଷ୍ଟନ୍‌ ଠାରେ ଇଂଲଣ୍ଡ୍‌ ବିରୋଧରେ ଓପେନିଙ୍ଗ୍‌ ଟେଷ୍ଟ୍‍ରେ ୨୦୦ ରନ୍‌ ଟାଲିରେ ସେ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି।

ପ୍ରଥମ ଇଂନିଙ୍ଗ୍‌ସ୍‌ରେ ୧୪୯ ଏବଂ ଦ୍ୱିତୀୟରେ ୫୧ ରନ୍‌ କରି କୋହଲି ନିଜର ୨୨ଶ ଟେଷ୍ଟ୍‍ ଶତକ ହାସଲ କରିଛନ୍ତି। ଏଥିରେ କୋହଲି ନିଜ କ୍ୟାରିଅର୍‌ର ୯୩୪ ରେଟିଙ୍ଗ୍‌ ପଏଣ୍ଟ୍‌ ହାସଲ କରି ୯୨୯ ପଏଣ୍ଟ୍‌ ହାସଲ କରିଥିବା ସ୍ମିଥ୍‌ଙ୍କୁ ପଛରେ ପକାଇଛନ୍ତି।

୨୦୧୧ରେ ୧ ନମ୍ବର ଟେଷ୍ଟ୍‍ ବ୍ୟାଟ୍‌ସ୍‌ମ୍ୟାନ୍‌ ପ୍ରାପ୍ତ ହୋଇ ଥିବା ଶେଷ ଖେଳାଳି ଥିଲେ ସଚିନ ତେନ୍ଦୁଲକର।

ତେନ୍ଦୁଲକର ଏବଂ କୋହଲିଙ୍କ ବ୍ୟତୀତ ଆଇସିସି ଟେଷ୍ଟ୍‍ ର‍୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ହାସଲ କରିଥିବା ଅନ୍ୟାନ୍ୟ ବ୍ୟାଟ୍‌ସ୍‌ମ୍ୟାନ୍‌ ହେଲେ ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସରକାର, ରାହୁଳ ଦ୍ରାବିଡ଼, ବୀରେନ୍ଦ୍ର ସେହ୍ଵାଗ୍‌ ଏବଂ ଗୌତମ ଗମ୍ଭୀର।

ସମ୍ବନ୍ଧିତ ଖବର