ଅଭ୍ୟାସ ବେଳେ ବିଲେଇ ସହ ଖେଳୁଥିବାର ନଜର ଆସିଲେ କୋହଲି, କମେଣ୍ଟରେ କିଛି ଏମିତି ଲେଖିଲେ ଅନୁଷ୍କା

ମୁମ୍ବାଇ:  ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୫ ନଭେମ୍ବରରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଏହି ମ୍ୟାଚ୍ ପାଇଁ କାନପୁରରେ ଉଭୟ ଟିମର ଖେଳାଳି ପହଞ୍ଚିଛନ୍ତି । ତେବେ ପ୍ରଥମ ମ୍ୟାଚରେ ବିରାଟ କୋହଲି ବିଶ୍ରାମ ନେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦଳ ସହ ଯୋଗ ଦେବେ । ତେବେ ଦ୍ୱିତୀୟ ଟେଷ୍ଟରେ ଟିମ ସହ ସାମିଲ ହେବା ପୂର୍ବରୁ ମୁମ୍ବାଇରେ ଅଭ୍ୟାସ ଆରମ୍ଭ କରିଛନ୍ତି କୋହଲି । ଆଉ ଏହି ଅଭ୍ୟାସ ସମୟର କିଛି ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ବିରାଟ ।

କୋହଲି ଅଭ୍ୟାସ ସମୟରେ ଏକ ବିଲେଇ ଛୁଆ ସହ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରିବା ସହ କ୍ୟାପସନରେ କୋହଲି ଲେଖିଛନ୍ତି, ଅଭ୍ୟାସ ସମୟରେ ଏକ କୁଲ କ୍ୟାଟ ତରଫରୁ ଫଟାଫଟ ହ୍ୟାଲୋ। କୋହଲିଙ୍କ ଏହି କ୍ୟାପସନର କମେଣ୍ଟରେ ପତ୍ନୀ ଅନୁଷ୍କା ଶର୍ମା ଲେଖିଛନ୍ତି, ହ୍ୟାଲୋ ବିଲ୍ଲି । ଆଉ ଅନୁଷ୍କାଙ୍କ କମେଣ୍ଟର ମଜାଦାର ଉତ୍ତର ରଖିଛନ୍ତି ବିରାଟ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନୁଷ୍କାଙ୍କ କମେଣ୍ଟର ରିପ୍ଲାଏରେ ବିରାଟ ଲେଖିଛନ୍ତି, ‘ଲୋଣ୍ଡା ଫ୍ରମ୍ ଦିଲ୍ଲୀ ଆଣ୍ଡ ମୁମ୍ବାଇ କି ବିଲ୍ଲି ।’

 

View this post on Instagram

 

A post shared by Virat Kohli (@virat.kohli)

ଆଇସିସି ଟି-୨୦ ବିଶ୍ୱକପ ପରେ ବିରାଟ କୋହଲି ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ନେଇଥିଲେ । ଏହାସହ ପ୍ରଥମ ଟେଷ୍ଟ ମ୍ୟାଚରେ ବିରାଟଙ୍କୁ ଦେଖିବାକୁ ମିଳିବନି । ଏବେ ବିରାଟ ପତ୍ନୀ ଅନୁଷ୍କା ଓ ଝିଅ ଭାମିକା ସହ ସମୟ କାଟୁଛନ୍ତି ।

ସମ୍ବନ୍ଧିତ ଖବର