ମୁମ୍ବାଇ: ଲଣ୍ଡନରୁ ଭାରତ ଫେରିଲେ ଷ୍ଟାର କ୍ରିକେଟର ବିରାଟ କୋହଲି। ଅଲିବାଗରେ ବିରାଟ ଓ ପତ୍ନୀ ଅନୁଷ୍କା ଶର୍ମା ନିଜର ଘର ତିଆରି କରୁଥିବା ବେଳେ ଘର କାମ ତଦାରଖ ପାଇଁ ଦୁହେଁ ଭାରତ ଆସିଛନ୍ତି। ଏହି ସମୟରେ ପ୍ରଶଂସକ ଘେରିଯିବାରୁ ବିରାଟ ରାଗିଯାଇଥିବା ଜଣାଯାଇଛି। ଏହାର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ବିରାଟ ନିଜ ପ୍ରଶଂସକଙ୍କୁ ବିରକ୍ତ ହୋଇ ବାଟ ଛାଡ଼ିବାକୁ କହୁଛନ୍ତି।

Advertisment

ଭିଡିଓରେ ଦେଖାଯାଇଛି ଯେ, ବିରାଟ ଏକ ଧଳା ରଙ୍ଗର ସାର୍ଟ, କଳା ଚଷମା ପିନ୍ଧି କାନ୍ଧରେ ବ୍ୟାଗରେ ଧରି ଅଲିବାଗ ଅଭିମୁଖେ ଯାଉଛନ୍ତି। କିଛି ପ୍ରଶଂସକ ତାଙ୍କ ସହ ଫଟୋ ଉଠାଇବାକୁ ଆସୁଛନ୍ତି। ଏହା ଦେଖି ବିରାଟ ଜଣେ ଯୁବକଙ୍କୁ ଠେଲି ଦେବା ସହ ସାମ୍ନାରେ ଥିବା ପ୍ରଶଂସକଙ୍କୁ ମୋଟ ବାଟ ରୋକ ନାହିଁ ବୋଲି କହୁଛନ୍ତି। 

ଏହା ପୂର୍ବରୁ ବିରାଟ ଓ ଅନୁଷ୍କା ବୃନ୍ଦାବନ ଯାଇ ପ୍ରେମାନନ୍ଦ