ଗୌହାଟୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅକ୍ଟୋବର ୨୧ରୁ ୱେଷ୍ଟଇଣ୍ଡିଜ ବିରୋଧରେ ୫ ଦିନିକିଆ ମ୍ୟାଚକୁ ମୁକାବିଲା କରିବ। ପ୍ରଥମ ଦିନିକିଆ ଆସାମର ଗୌହାଟୀ ଠାରେ ରବିବାର ଖେଳାଯିବ। ଏଥିପାଇଁ ଅଧିନାୟକ କୋହଲିଙ୍କ ସହିତ ଟିମ୍ ଇଣ୍ଡିଆର ଅନ୍ୟ ସଦସ୍ୟମାନେ ଗୌହାଟୀରେ ପହଞ୍ଚି ସାରିଛନ୍ତି।
ଗୌହାଟୀରେ କୋହଲିଙ୍କୁ ଦେଖି ଦର୍ଶକ ଓ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି। ସେମାନେ ଜୋରରେ ଚିତ୍କାର କରି କହିଛନ୍ତି - ଚିକୁ ଚିକୁ। କିଛି ପ୍ରଶଂସକ ଜୋର୍ରେ ଡାକୁଥିବା ବେଳେ କିଛି ଦର୍ଶକ ଏହାକୁ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଦିନିକିଆରେ ୧୦,୦୦୦+ ରନ୍ ସଂଗ୍ରହ କରିଥିବା ଭାରତୀୟ
୧) ସଚିନ ତେନ୍ଦୁଲକର - ୧୮,୪୨୬ ରନ୍
୨) ସୌରଭ ଗାଙ୍ଗୁଲି - ୧୧,୩୬୩ ରନ୍
୩) ରାହୁଲ ଦ୍ରାବିଡ଼ - ୧୦,୮୮୯ ରନ୍
୪) ମହେନ୍ଦ୍ର ସିଂହ ଧୋନୀ - ୧୦,୦୦୪ ରନ୍
ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ନୂତନ ରେକର୍ଡ ପ୍ରତିଷ୍ଠା କରିପାରନ୍ତି। ସେ ଯଦି ସଫଳ ହୁଅନ୍ତି, ମହାନ କ୍ରିକେଟର ସଚିନ ତେନ୍ଦୁଲକଙ୍କ ରେକର୍ଡ ଅତିକ୍ରମ କରିପାରିବେ। କୋହଲି ଦ୍ରୁତଗତିରେ ୧୦ ହଜାର ରନ୍ ପୂରାକରି ଏହି ରେକର୍ଡ ପ୍ରତିଷ୍ଠା କରବାର ଆଶା ଦେଖାଯାଉଛି।
ସଚିନ ତେନ୍ଦୁଲକର ୨୬୬ ଦିନିକିଆରେ ୨୫୯ଟି ଇନିଂସରୁ ୧୦,୦୦୦ ରନ୍ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିଲେ। ବିରାଟ କୋହଲି ୨୧୧ ଦିନିକିଆରେ ୨୦୩ ଇନିଂସରେ ଏପର୍ଯ୍ୟନ୍ତ ୯୭୭୯ ରନ୍ ସଂଗ୍ରହ କରିଛନ୍ତି। ସେ ୧୦,୦୦୦ ରନ୍ କ୍ଲବରେ ସାମିଲ ହେବାକୁ ୨୨୧ ରନ୍ ଆବଶ୍ୟକ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/virat-1.jpeg)