ଇଂଲଣ୍ଡ ସହ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ବିରାଟ, ଈଶାନ୍ତ

ମୁମ୍ବାଇ : ଆସନ୍ତା ଇଂଲଣ୍ଡ ସିରିଜ ପାଇଁ  ଭାରତୀୟ ଦଳ ଘୋଷଣା ହୋଇଛି । ଅଧିନାୟକ ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ଈଶାନ୍ତ ଶର୍ମା ଦଳକୁ ଫେରିଥିବାବେଳେ ବ୍ୟାଟ୍ସମ୍ୟାନ ଫିଟନେସ ଟେଷ୍ଟରେ ପାସ କଲେ କେ.ଏଲ.ରାହୁଲଙ୍କୁ ସାମିଲ କରାଯିବ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗସ୍ତରେ ମାତ୍ର ଗୋଟିଏ ଟେଷ୍ଟ ଖେଳିଥିବା ପୃଥ୍ବୀ ସ’ ଙ୍କୁ ବାଦ ଦିଆଯାଇଛି ।

ବୋଲିଂ ବିଭାଗରେ ଓ୍ବାସିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ସିରାଜ ନିଜ ନିଜ ସ୍ଥାନ ବଜାୟ ରଖିଥିବାବେଳେ ସେମାନଙ୍କ ସହିତ ଅଭିଜ୍ଞ ଈଶାନ୍ତ ଶର୍ମା ଓ ସ୍ପିନର ଅକ୍ଷର ପଟେଲ ଯୋଗ ଦେବେ ।

ଇଂଲଣ୍ଡ ସହ ପ୍ରଥମ ଟେଷ୍ଟ ଫେବ୍ରୁଆରି ୫ରୁ ଓ ୨ୟ ଟେଷ୍ଟ ଫେବ୍ରୁଆରି ୧୩ରୁ ଆରମ୍ଭ ହେବ । ଏହି ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବ ।

ଭାରତୀୟ ଦଳ : ରୋହିତ ଶର୍ମା, ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରିଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା, କେ.ଏଲ୍ ରାହୁଲ (ଫିଟନେସ୍ ଆଧାରରେ), ଜସପ୍ରୀତ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ , ଶାର୍ଦ୍ଦୁଲ ଠାକୁର, ଆର. ଅଶ୍ୱିନ୍, କୁଲଦୀପ ଯାଦବ, ୱାସିଂଟନ୍ ସୁନ୍ଦର, ଅକ୍ଷର ପଟେଲ ।

ସମ୍ବନ୍ଧିତ ଖବର