କୋହଲିଙ୍କ ୨୫୦ ରନ, ୬୦୧ରେ ପାଳି ଘୋଷଣା କଲା ଭାରତ

ସଚିନ, ସେହଓ୍ଵାଗଙ୍କୁ ଟପିଲେ ବିରାଟ

ପୁନେ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜି ନିଜ କ୍ୟାରିୟରର ୭ମ ଦ୍ୱିଶତକ ହାସଲ କରିଛନ୍ତି । ଏହା ସହିତ ଦ୍ୱିଶତକ ମାରିବାରେ ସେ ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହଓ୍ଵାଗଙ୍କ ପରି କିମ୍ବଦନ୍ତି ବ୍ୟାଟ୍ସମ୍ୟାନଙ୍କୁ ଟପିଯାଇଛନ୍ତି । ଆଜି ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଦକ୍ଷିଣ-ଆଫ୍ରିକା ବିପକ୍ଷ ମ୍ୟାଚରେ କୋହଲି ନିଜର ୨୫୦ ରନ ପୂରଣ କରି ଅପରାଜିତ ଅଛନ୍ତି । ଏହା ସହିତ, ସର୍ବଶେଷ ସୂଚନା ମୁତାବକ ପ୍ରଥମ ଇନିଂସରେ ଭାରତ ୫ ଓ୍ଵିକେଟ ହରାଇ ୬୦୧ ରନ କରି ଇନିଂସ ଘୋଷଣା କରିଛି ।

କୋହଲିଙ୍କ ନାଁରେ ଏବେ ୨୬ଟି ଟେଷ୍ଟ ଶତକ, ୪୩ଟି ଏକଦିବସୀୟ ଶତକ ରହିଛି । ଟେଷ୍ଟ କ୍ୟାପଟେନ ହିସାବରେ ସେ ୧୯ଟି ଶତକ ହାସଲ କରିଛନ୍ତି । ଏ କ୍ଷେତ୍ରରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି । ୭ଟି ଦ୍ୱିଶତକମାରିବାରେ ସେ ପ୍ରଥମ ଭାରତୀୟ । ତେବେ ବିଶ୍ୱରେକର୍ଡରୁ ସେ ଏବେବି ଅନେକ ଦୂରରେ ଅଛନ୍ତି । ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ୧୨ଟି ଟେଷ୍ଟ ଦ୍ୱିଶତକ ମାରିଛନ୍ତି ।

ସମ୍ବନ୍ଧିତ ଖବର