ଲିଡସ୍: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ ଅନ୍ତର୍ଜାତୀୟରେ ମଙ୍ଗଳବାର ୪୮ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଭାରତ ୧୩ ରନ୍ରେ ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇବା ପରେ ବିରାଟ କୋହଲି କ୍ରିଜକୁ ପ୍ରବେଶ କରିଥିଲେ। ସେ ୨ୟ ଓ୍ଵିକେଟ ପାଇଁ ଶିଖର ଧାଓ୍ଵନଙ୍କ ସହିତ ୭୧ ରନ୍ ଭାଗିଦାରୀ ହୋଇ ପାରିଥିଲେ। ସେହିଭଳି ସେ ଦିନେଶ କାର୍ତ୍ତିକଙ୍କ ସହିତ ୫୪ ରନ୍ର ଭାଗିଦାରୀ ହୋଇଥିଲେ। ଲିଡସ୍ ଷ୍ଟାଡିୟମରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଲେଖାଯିବା ବେଳକୁ ଭାରତ ୩୫ ଓଭର ସମାପ୍ତି ପରେ ୫ଟି ଓ୍ଵିକେଟ ହରାଇ ୧୭୬ ରନ୍ ସଂଗ୍ରହ କରିଛି।
୩ ମ୍ୟାଚର ଶୃଙ୍ଖଳାର ଅନ୍ତିମ ମୁକାବିଲା ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ହୋଇଥିବା ବେଳେ ଭାରତ ୮୪ ରନ୍ରେ ଶିଖର ଧାଓ୍ଵନ(୪୪)ଙ୍କୁ ହରାଇଥିଲା। ବେନ୍ ଷ୍ଟୋକ୍ଙ୍କ ଦ୍ୱାରା ରନ୍ ଆଉଟ ହୋଇ ଧାଓ୍ଵନ ପାଭଲିଅନ ଫେରିଥିଲେ। ଇଂଲଣ୍ଡର ୩ୟ ଶିକାର ହୋଇଥିଲେ ଦିନେଶ କାର୍ତ୍ତିକ(୨୧)। ସ୍କୋର ୧୨୫ ଥିବା ବେଳେ ସେ ଆଦିଲ ରସିଦଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଭାରତ ୧୫୬ ରନ୍ରେ ବିରାଟ କୋହଲିଙ୍କୁ ହରାଇଥିଲା। କୋହଲି(୭୧) ୭୨ଟି ବଲ ଖେଳି ୭ଟି ଚୌକା ମାରିଥିଲେ। ସେ ଆଦିଲ ରସିଦଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ସେହିପରି ରସିଦଙ୍କ ୩ୟ ଶିକାର ହୋଇଥିଲେ ସୁରେଶ ରାଇନା(୧)।