ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍ ଆଜିକାଲି ଟି-୨୦ ବିଶ୍ୱକପ ୨୦୨୨ରେ ଧମାଲ କରୁଛି। କିଛି ବର୍ଷ ଧରି ତାଙ୍କ ଫର୍ମକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ସେ ଭଲ ପ୍ରଦର୍ଶନ କରିପାରୁନଥିଲେ। ହେଲେ ଅକ୍ଟୋବର ୨୦୨୨ରେ ବିରାଟ ପୁଣି ଥରେ ନିଜ ଫର୍ମକୁ ଫେରିବା ସହ ମଇଦାନରେ କମାଲ କରିଥିଲେ। ଟି-୨୦ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନକୁ ଦେଖି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ତାଙ୍କୁ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି। ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ଦେଇ ଆଇସିସି ତାଙ୍କୁ ସମ୍ମାନିତ କରିଛି।
କୋହଲିଙ୍କ ସହ ଜିମ୍ବାୱେ ଦଳର ସିକନ୍ଦର ରଜା ଏବଂ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ମଧ୍ୟ ପୁରୁଷ ବର୍ଗରେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। କିନ୍ତୁ ଏହି ପୁରସ୍କାର କୋହଲିଙ୍କ ହାତକୁ ଆସିଛି। କୋହଲି ପ୍ରଥମ ଥର ପାଇଁ ଏହି ପୁରସ୍କାର ପାଇଛନ୍ତି। ଗତ ମାସରେ ଅର୍ଥାତ୍ ଅକ୍ଟୋବରରେ ତାଙ୍କର ଚମତ୍କାର ପ୍ରଦର୍ଶନ ହେତୁ ସେ ଏହି ସମ୍ମାନ ପାଇଛନ୍ତି।
Congratulations to @imVkohli - ICC Player of the Month for October 👏👏#TeamIndiapic.twitter.com/IEnlciVt9T
— BCCI (@BCCI) November 7, 2022
୩୪ ବର୍ଷୀୟ ବିରାଟ କୋହଲି ପ୍ରାୟ ତିନି ବର୍ଷ ଧରି ଖରାପ ଫର୍ମ ସହ ଲଢ଼ୁଥିଲେ। କିନ୍ତୁ ସେ ତିନି ମାସ ମଧ୍ୟରେ ନିଜର ଫର୍ମକୁ ଫେରିଛନ୍ତି। ଚଳିତ ଟି-୨୦ ବିଶ୍ୱକପ ସିଜନରେ କୋହଲି ଏପର୍ଯ୍ୟନ୍ତ ସର୍ବାଧିକ ୨୪୬ରନ୍ ସଂଗ୍ରହ କରିଛନ୍ତି।