ନୂଆଦିଲ୍ଲୀ: ଭାରତୀୟ ଦଳ ଚେନ୍ନାଇ ଟେଷ୍ଟ ଜିତିବା ପରେ ଦ୍ୱିତୀୟ ମ୍ୟାଚ୍ ପାଇଁ କାନପୁରରେ ପହଞ୍ଚିଛି। ଗତକାଲି କାନପୁରର ଏକ ହୋଟେଲରେ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଥିମଧ୍ୟରୁ ହୋଟେଲ ଅଧିକାରୀମାନେ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ କରିଥିବା ସ୍ୱାଗତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ବିଶେଷଭାବେ ହୋଟେଲ ଅଧିକାରୀଙ୍କ ସହ ହାତ ମିଳାଇବା ଘଟଣାରେ ବିରାଟ କୋହଲି ଦେଇଥିବା ଉତ୍ତର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାଂଲାଦେଶ ସହ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଖେଳାଳିମାନେ କାନପୁରରେ ପହଞ୍ଚିଛନ୍ତି। ପ୍ରାୟତଃ ସମସ୍ତ ହୋଟେଲ ଅଧିକାରୀମାନେ ଖେଳାଳୀଙ୍କୁ ସ୍ୱାଗତ କରିବାକୁ ଏକତ୍ରିତ ହୋଇଥାଆନ୍ତି। କାନପୁରରେ ମଧ୍ୟ ଏହିପରି କିଛି ଦେଖିବାକୁ ମିଳିଥିଲା ।
କାନପୁରରେ ପହଞ୍ଚିବା ପରେ ବିରାଟ କୋହଲିଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ଏହାପରେ ଅନ୍ୟ ଜଣେ ହୋଟେଲ ଅଧିକାରୀ ବିରାଟଙ୍କ ସହ ହାତ ମିଳାଇବାକୁ ଆସିଥିଲେ କିନ୍ତୁ କୋହଲି କହିଥିଲେ 'ସାର୍, ମୋର କେବଳ ଦୁଇଟି ହାତ ଅଛି'।
Virat Kohli's welcome at the Team Hotel in Kanpur 🥰❤️ pic.twitter.com/cq4ku5pK3C
— Virat Kohli Fan Club (@Trend_VKohli) September 24, 2024
ବାସ୍ତବରେ ବିରାଟ କୋହଲିଙ୍କ ଗୋଟିଏ ହାତରେ ବ୍ୟାଗ ଏବଂ ଅନ୍ୟ ହାତରେ ଫୁଲଗୁଚ୍ଛ ଥିଲା। ଏହି କାରଣରୁ କୋହଲି ହୋଟେଲ ଅଧିକାରୀଙ୍କ ସହ ହାତ ମିଳାଇ ପାରି ନଥିଲେ। କୋହଲି ହୋଟେଲ ଅଧିକାରୀଙ୍କୁ ଦେଇ ଉତ୍ତରର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ଏହି ଭିଡିଓରେ ନିଜନିଜର ପ୍ରତିକ୍ରିୟା ଦେଇଛନ୍ତି।
ବାଂଲାଦେଶ ସହିତ ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଥିଲା। ଏହି ମ୍ୟାଚରେ ବିରାଟ କୋହଲି କିଛି ବିଶେଷ ପ୍ରଦର୍ଶନ କରିପାରି ନଥିଲେ। ପ୍ରଥମ ଇନିଂସରେ ୬ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୭ ରନ୍ ସ୍କୋର କରିବା ପରେ କୋହଲି ଆଉଟ୍ ହୋଇ ଯାଇଥିଲେ। ଯାହାପରେ ଏବେ ପ୍ରଶଂସକମାନେ କାନପୁର ଟେଷ୍ଟରେ କୋହଲିଙ୍କଠାରୁ ଏକ ବଡ଼ ଇନିଂସ ଆଶା ରଖିଛନ୍ତି |