ଏହି କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରୁ ବାଦ ପଡ଼ିଲେ ବିରାଟ କୋହଲି ଓ କେଏଲ ରାହୁଲ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଉପ-ଅଧିନାୟକ କେ.ଏଲ୍ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ଟି-୨୦ ବିଶ୍ୱକପ ପୂର୍ବରୁ ଏହା ହେଉଛି ଟିମ୍ ଇଣ୍ଡିଆର ଶେଷ ସିରିଜ୍, ଯାହାର ଶେଷ ମ୍ୟାଚ୍ ଅକ୍ଟୋବର ୪ରେ ଖେଳାଯିବ। ଟି-୨୦ ବିଶ୍ବକପ ଆଉ ମାତ୍ର କିଛି ଦିନ ବାକି ଥିବାରୁ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରୁ ବାଦ ଦିଆଯାଇଛି। ଏବେ କ୍ରିକେଟ ପ୍ରେମୀ ସିଧାସଳଖ ଅକ୍ଟୋବର ୨୩ରେ ଦୁହିଁଙ୍କୁ ପଡ଼ିଆରେ ଦେଖିପାରିବେ।

ସୂଚନା ଅନୁଯାୟୀ, ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କ ପରେ ଶ୍ରେୟସ୍ ଆୟରଙ୍କୁ ଦଳରେ ସାମିଲ କରାଯାଇଛି। ଅର୍ଥାତ୍ ତୃତୀୟ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ଲେ -୧୧ରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିପାରେ।| ଦୁଇ ଦଳ ମଧ୍ୟରେ ସିରିଜର ଶେଷ ଟି୨୦ ମ୍ୟାଚ୍ ଇନ୍ଦୋରରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ।

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତୀୟ ଦଳ ୨-୦ରେ ଆଗରେ ରହିଛି। ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଟି-୨୦ ସିରିଜରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବର୍ତ୍ତମାନ ଭାରତ ଏହି ସିରିଜ ଜିତି ସାରିଥିବାରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର