ବିରାଟ କୋହଲି କେଉଁ କାରଣରୁ ଆମିଷ ଖାଇବା ଛାଡ଼ି ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଚାରି ମାସ ପାଖାପାଖି ହେଲାଣି ଆମିଷ ଖାଇବା ଛାଡ଼ି ଦେଇଥିବା ଖବର ମିିଳିଛି। କୋହଲି କୌଣସି ପଶୁଜାତ ପ୍ରୋଟିନ୍‌କୁ ଖାଦ୍ୟ ଭାବେ ଗ୍ରହଣ କରୁ ନାହାନ୍ତି। ଆଉ ଅଣ୍ଡା କି ମାଂସ କିମ୍ବା କ୍ଷୀର ମଧ୍ୟ ପିଉ ନାହାନ୍ତି। ଏହାର ପ୍ରତି ବଦଳରେ କୋହଲି ଏବେ ପ୍ରୋଟିନ୍‌ ସେକ୍ସ ନେଉଛନ୍ତି। ତା’ସହିତ ସେ ବିଭିନ୍ନ ପ୍ରକାର ପନିପରିବା ଓ ସୋୟା ଖାଉଛନ୍ତି। ତେବେ ଖାସ୍‌ କଥାଟି ହେଉଛି ଯଉଁ ସମୟରେ କୋହଲି ଆମିଷ ଛାଡ଼ିଲେ ସେହି ସମୟରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଆମିଷ ଛାଡ଼ି ଥିଲେ। ତେବେ ଏହାର ବହୁତ ଦିନ ପୂର୍ବରୁ ସେ ଆମିଷ ଛାଡ଼ିବା ନେଇ ଚିନ୍ତା କରୁଥିଲେ। ଦୁଇ ବର୍ଷ ତଳେ ଯେତେବେଳେ ସେ କେବଳ ସାଧାରଣ ଖାଦ୍ୟ ଖାଉଥିଲେ, ସେତେବେଳେ ସେ କହିଥିଲେ ଯେ ସୁଯୋଗ ମିଳିଲେ ଆମିଷ ଖାଇବା ଛାଡ଼ି ଦେବେ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୋହଲି ଚାରି ମାସ ତଳେ ଆମିଷ ଛାଡ଼ିଥିଲେ। ଏବେ ସେ ପୂର୍ବାପେକ୍ଷା ନିଜକୁ ଅଧିକ ଶକ୍ତ ଅନୁଭବ କରୁଛନ୍ତି। କାରଣ ତାଙ୍କ ହଜମ ଶକ୍ତି ବୃଦ୍ଧି ପାଇଛି। ସେ ଅଣ୍ଡା, ମାଂସ ଓ କ୍ଷୀରର ଅଭାବ ଜଣାପଡ଼ୁନି। ଆମିଷ ଛାଡ଼ିବା ପରେ ସେ ଭଲ ଅନୁଭବ କରୁଛନ୍ତି ଯାହାର ସୁପ୍ରଭାବ ତାଙ୍କ ଖେଳ ଉପରେ ପଡ଼ିଛି ବୋଲି କୋହଲି ଅନୁଭବ କରିଛନ୍ତି।

ସମ୍ବନ୍ଧିତ ଖବର