ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ସୁପରଷ୍ଟାର ବିରାଟ କୋହଲିଙ୍କ ସମଗ୍ର ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି। କିନ୍ତୁ ବିରାଟ କାହାର ପ୍ରଶଂସକ? ତାହା ଆପଣ ଜାଣନ୍ତି କି? ନିକଟରେ ବିରାଟ କୋହଲି କେଉଁ ସେଲିବ୍ରିଟିଙ୍କ ପ୍ରଶଂସକ, ତାହା ଜଣାଇଛନ୍ତି। ସେ କହିଛନ୍ତି ଯେ ସେ ବଲିଉଡ କଳାକାର ହ୍ରିତିକ ରୋଶନଙ୍କ ଜଣେ ବଡ଼ ପ୍ରଶଂସକ ଅଟନ୍ତି। କେବଳ ଏତିକି ନୁହେଁ କ୍ରିକେଟର ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଫିଲ୍ମ 'କହୋ ନା ପ୍ୟାର ହେ' ରିଲିଜ ହୋଇଥିଲା, ସେତେବେଳେ ହ୍ରିତିକ ରୋଶନଙ୍କ ପାଇଁ ତାଙ୍କର କ୍ରେଜ ବହୁ ପରିମାଣରେ ବୃଦ୍ଧି ପାଇଥିଲା।

Advertisment

ବିରାଟ ନିକଟରେ ସ୍ୱୀକାର କରିଛନ୍ତି ଯେ ଆରମ୍ଭରୁ ହିଁ ହ୍ରିତିକ ରୋଶନଙ୍କ ପାଇଁ ତାଙ୍କର କ୍ରେଜ୍ ଥିଲା। ଯେତେବେଳେ ତାଙ୍କର ଚଳଚ୍ଚିତ୍ର କହୋ ନା ପ୍ୟାର ହେ ରିଲିଜ୍ ହୋଇଥିଲା, ସେତେବେଳେ ହ୍ରିତିକଙ୍କ ନାଚ ଓ ତାଙ୍କ ଲୁକ୍ ବିରାଟଙ୍କୁ ବହୁତ ପ୍ରଭାବିତ କରିଥିଲା। ବିରାଟଙ୍କ ଏହି ସ୍ୱୀକାରୋକ୍ତି ହ୍ରିତିକଙ୍କ ପ୍ରଶଂସକଙ୍କୁ ବହୁତ ଖୁସି କରିଛି। ଏହି ସ୍ୱୀକାରୋକ୍ତି ଉପରେ ହ୍ରିତିକଙ୍କ ପ୍ରଶଂସକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

publive-image

ଲୋକମାନେ ଟ୍ୱିଟରରେ ଲେଖିବା ଆରମ୍ଭ କରିଛନ୍ତି ଯେ, ହ୍ରିତିକ ନିଶ୍ଚିତ ଭାବରେ ଆମ ଦେଶର ନାମକୁ ଉଚ୍ଚା କରିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି ବିରାଟ କୋହଲି, କେ.ଏଲ୍ ରାହୁଲ, ଶୁଭମ୍ ଗିଲ୍ ପର୍ଯ୍ୟନ୍ତ ବଲିଉଡର ଗ୍ରୀକ୍ ଗଡଙ୍କୁ ପ୍ରଶଂସା କରିଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ, ଯଦି ତାଙ୍କ ଉପରେ ଏକ ଫିଲ୍ମ ତିଆରି ହୁଏ ତେବେ କେବଳ ହ୍ରିତିକ ରୋଶନ ବିରାଟ କୋହଲିଙ୍କ ବାୟୋପିକରେ କାମ କରିବା ଉଚିତ୍।