ବିରାଟ ଆସୁଛନ୍ତି ବୋଲି ଖବର ମିଳିବା ପରେ ୬ଟାରୁ ବାଇକ୍‌ ଧରି ବାହାରି ପଡ଼ିଲେ ପ୍ରଶଂସକ

ନୈନିତାଲ୍‌: କ୍ରିକେଟର୍‌ ବିରାଟ କୋହଲିଙ୍କ ପ୍ରଶଂସକ ସାରା ଦୁନିଆରେ ମିଳିବେ। ବିର‌ାଟଙ୍କୁ ପାଖରେ ପାଇ ଅନେକ ପ୍ରଶଂସକ ଭାବପ୍ରବଣ ହୋଇ ପଡୁଥିବାର ଦୃଶ୍ୟ ଆପଣ ପୂର୍ବରୁ ବି ଦେଖିଥିବେ। ନିକଟରେ ସୋସିଅ‌ାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ପ୍ରଶଂସକଙ୍କ ମେଳରେ ଦେଖିବାକୁ ମିଳିଛନ୍ତି ବିରାଟ।

ଭିଡିଓଟି ‌ହେଉଛି ନୈନିତାଲ୍‌ର। ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି ତାଙ୍କର ଜଣେ ପ୍ରଶଂସକ। ସେ ଯେତେବେ‌ଳେ ଖବର ପାଇଲେ ଯେ ବିରାଟ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ଭମିକା ସହ ଉତ୍ତରଖଣ୍ଡକୁ ବୁଲିବାକୁ ଆସୁଛନ୍ତି ତ ସେ ତାଙ୍କୁ ଭେଟିବାକୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଲେ।

 

 

View this post on Instagram

 

A post shared by Kapil🧃 (@kapiljpeg)

ପ୍ରଶଂସକ ଜଣଙ୍କ ବିରାଟଙ୍କର ଜଣେ ଡାଏହାର୍ଡ ଫ୍ୟାନ୍‌ ‌ହୋଇଥିବା ବେଳେ ସେ ତାଙ୍କ ଇନ୍‌ଷ୍ଟା ଭିିଡିଓରେ କ୍ୟାପ୍‌ସନ ଲେଖିଛନ୍ତି, ‘ମୁଁ ଯେବେ ବିରାଟଙ୍କୁ ଭେଟିଲି।’ ଇନଷ୍ଟାଗ୍ରାମ୍‌ରେ ସେୟାର ହୋଇଥିବା ଏହି ଭିଡିଓଟିର ୩.୧ ମିଲିୟନ୍‌ରୁ ଅଧିକ ଭିୟୁ ହୋଇ ସାରିଲାଣି। ଏବେ ସୁଦ୍ଧା ୪.୫ ଲକ୍ଷ ଲାଇକ ବି ମିଳି ସାରିଲାଣି।

ଜାଣିବାକୁ ମିଳିଛି ଯେ ବିରାଟଙ୍କୁ ଭେଟିବା ପାଇଁ ପ୍ରଶଂସକ ଜଣକ ତାଙ୍କ ବନ୍ଧୁମାନଙ୍କୁ ଧରି ସକାଳ ୬ଟାରୁ ବାଇକ୍‌ ଧରି ବାହାରି ପଡ଼ିଥିଲେ। ‌କୋହଲି ନୈନିତାଲ୍‌ ପାଖରେ ଥିବା ଅଲ୍ମୋଡ଼ା ରୋଡ୍‌ସ୍ଥିତ ପ୍ରସିଦ୍ଧ ଖେଚି ଧାମ୍‌ ମନ୍ଦିର ଆସୁଛନ୍ତି ବୋଲି ସୂଚନା ମିଳିବା ମାତ୍ରେ ହିଁ ସେ ତାଙ୍କୁ ଭେଟିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ। ତାପରେ ସେଠାରେ ଯାଇ ଭିରାଟଙ୍କୁ ଭେଟିବା ପରେ ଖୁସି ହୋଇ ତାଙ୍କ ସହ ଭିଡିଓ ବି କରିଥି‌ଲେ।

ସମ୍ବନ୍ଧିତ ଖବର