ମୁମ୍ବାଇ: ଜଣେ ଭାରତୀୟଙ୍କର ବିଦେଶୀ ଖେଳାଳି ମୋହ ଦେଖି ସେ ନିଜର କ୍ଷୋଭ ପ୍ରକାଶ କରି ବିବାଦ ପରିସରଭୁକ୍ତ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ଯୁବକ ଜଣକ ବିରାଟଙ୍କୁ ଜଣେ ସାଧାରଣ ଖେଳାଳି କହିବା ସହ ଏକଥା କହିଥିଲେ କି ସେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ଖେଳୁଥିବା ବେଳେ ବେଶି ଉପଭୋଗ କରନ୍ତି। ଉକ୍ତ ଖେଳପ୍ରେମୀ ଜଣଙ୍କୁ ଉତ୍ତର ଦେଇ ବିରାଟ ବୁଧବାର ଏକ ଭିଡିଓ ସେୟାର୍ କରିଥିଲେ। ଭିଡିଓ ମାଧ୍ୟମରେ ସେ କହିଥିଲେ କି ‘ଯଦି ବିଦେଶୀ ଖେଳାଳି ଭଲ ଲାଗୁଛନ୍ତି ତେବେ ବିଦେଶ ପଳାଅ। ଭାରତରେ ରହି ବିଦେଶୀଙ୍କୁ ଭଲପାଅ ନାହିଁ।’
ବିରାଟଙ୍କର ଏପରି ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ(ବିସିସିଆଇ)। ଦିଲ୍ଲୀ କ୍ରିକେଟରଙ୍କ ଏପରି ବୟାନ ଶୁଣିବା ପରେ ବିସିସିଆଇ ପକ୍ଷରୁ କୁହାଯାଇଛି କି ବିରାଟ ‘ଭାରତ ପରିତ୍ୟାଗ କର’ କହି ଚୁକ୍ତି ଉଲଂଘନ କରିଛନ୍ତି ବିରାଟ। କ୍ରିକେଟ୍ ପ୍ରଶଂସକ ଓ ସେମାନଙ୍କ ପସନ୍ଦକୁ ବିସିସିଆଇ ସମ୍ମାନ କରେ।
ଏ ନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ପ୍ରଶଂସକମାନେ ଯଦି ଅଲଗା ଦେଶକୁ ପଳାନ୍ତି ପୁମା, ନାଇକ୍ ପରି କମ୍ପାନି ଆଉ ୧୦୦ କୋଟି ଟଙ୍କା ଲେଖାଏ ଦେଇ ଚୁକ୍ତି କରିବେ ନାହିଁ। ଯାହା ଫଳରେ ବିସିସିଆଇର ରୋଜଗାର କମିବ। ବିରାଟ ପୂର୍ବରୁ କରିଥିବା ଚୁକ୍ତିକୁ ଦୃଷ୍ଟି ଦେଲେ ଜାଣିପାରିବେ ଯେ ସେ କରିଥିବା ଚୁକ୍ତିର କିଛି ନୀତିକୁ ଉଲଂଘନ କରିଛନ୍ତି।