ପାକିସ୍ତାନ କ୍ରିକେଟ ବୋର୍ଡ ଦ୍ୱାରା ଆୟୋଜିତ କେପିଏଲ ଖେଳିବେ କୋହଲି!

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ କାଶ୍ମୀର ପ୍ରିମିୟର ଲିଗର ଦ୍ୱିତୀୟ ସିଜନରେ ଖେଳିବାକୁ ନିମନ୍ତ୍ରଣ କରାଯିବ | କେପିଏଲ ସଭାପତି ଆରିଫ ମଲିକ ଏହା କହିଛନ୍ତି । ପାକିସ୍ତାନ କ୍ରିକେଟ୍ ବୋର୍ଡ ଦ୍ୱାରା ଆୟୋଜିତ କାଶ୍ମୀର ପ୍ରିମିୟର ଲିଗର ପ୍ରଥମ ସିଜନ୍ ଗତବର୍ଷ ଖେଳାଯାଇଥିଲା। ଏହି ଲିଗର ଦ୍ୱିତୀୟ ସଂସ୍କରଣରେ ବିରାଟ କୋହଲିଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯିବ ବୋଲି ଆରିଫ ମଲିକ କହିଛନ୍ତି। କେପିଏଲ ସଭାପତି ଆରିଫ ମଲିକ କହିଛନ୍ତି ଯେ କୋହଲିଙ୍କୁ ନିମନ୍ତ୍ରଣ ପଠାଇବାକୁ ଲିଗ୍ ନିଷ୍ପତ୍ତି ନେଇଛି।

ମଲିକ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘ମହମ୍ମଦ ରିଜୱାନ ଏକ ସକରାତ୍ମକ ବାର୍ତ୍ତା ଦେଇଛନ୍ତି ଯେ କ୍ରିକେଟ୍ ସବୁକିଛିଠାରୁ ଅଲଗା ହେବା ଉଚିତ୍। ସେଥିପାଇଁ ଆମେ ବିରାଟ କୋହଲିଙ୍କୁ ଲିଗରେ ଖେଳିବାକୁ କିମ୍ବା ଅତି କମରେ ଗୋଟିଏ ମ୍ୟାଚ୍ ଦେଖିବା ପାଇଁ ନିମନ୍ତ୍ରଣ ପଠାଇଛୁ | ଏହା ଆମ ପକ୍ଷରୁ ଶାନ୍ତିର ବାର୍ତ୍ତା ହୋଇଥିବାବେଳେ ବର୍ତ୍ତମାନ ସେ ଏହାକୁ ଗ୍ରହଣ କରୁଛନ୍ତି କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ’ | ତେବେ ବିରାଟ ଏହି ଲିଗ ମ୍ୟାଚ ଖେଳିବା ଆଶା ବହୁତ କମ | କାରଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କ ଅତ୍ୟନ୍ତ ଖରାପ ଥିବାବେଳେ କିଛି ବର୍ଷ ଧରି ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଆୟୋଜିତ ହୋଇନାହିଁ |

ମଲିକ ଆହୁରି କହିଛନ୍ତି, ‘ଆମେ ଅନ୍ୟ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଲିଗରେ ସାମିଲ କରିବାକୁ ପ୍ରସ୍ତୁତ ଅଛୁ । ଆମେ ବିଶ୍ୱାସ କରୁ ଯେ ଦୁଇ ଦେଶ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ କ୍ରୀଡା ହେଉଛି ଏକମାତ୍ର ଉପାୟ | ସୂଚନା ଥାଉ କି ୨୦୨୧ ମସିହାରେ ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରାୱଲକୋଟ ହକସ ଟାଇଟଲ୍ ଜିତିଥିଲା | ଲିଗର ଦ୍ୱିତୀୟ ସିଜନରେ ୨ଟି ନୂତନ ଦଳ ସାମିଲ କରାଯିବ | ଏହା ଅଗଷ୍ଟ ୧ରୁ ଆରମ୍ଭ ହେବ, ଯାହାର ଫାଇନାଲ ଅଗଷ୍ଟ ୧୪ ରେ ଖେଳାଯିବ |

ସମ୍ବନ୍ଧିତ ଖବର