ବିରାଟ କୋହଲି ‘ଆଇସିସି କ୍ରିକେଟର୍‌ ଅଫ୍‌ ଦି ଇୟର୍‌’ ଘୋଷିତ

ନୂଆଦିଲ୍ଲୀ: ଗୁରୁବାର ଦିନ ଆଇସିସି ଆଓ୍ଵାର୍ଡସ୍‌ରେ ବିରାଟ କୋହଲିଙ୍କୁ ଆଇସିସି କ୍ରିକେଟର୍‌ ଅଫ୍‌ ଦି ଇୟର୍‌ ଘୋଷଣା କରାଯାଇଛି। ଏହା ସହ କୋହଲିଙ୍କୁ ଆଇସିସି ଓଡିଆଇ କ୍ରିକେଟର୍‌ ଅଫ୍‌ ଦି ଇୟର୍‌ ଏବଂ ଉଭୟ ଆଇସିସି ଟେଷ୍ଟ୍‍ ଏବଂ ଓଡିଆଇ ଟିମ୍‌ସ୍‌ର କ୍ୟାପ୍‌ଟେନ୍‌ ବୋଲି ମଧ୍ୟ ଘୋଷଣା କରାଯାଇଛି।

ସେପ୍ଟେମ୍ବର ୨୧, ୨୦୧୬ରୁ ୨୦୧୭ ଶେଷ ଯାଏଁ ଯୋଗ୍ୟତା ଆଧାରରେ ହାରାହାରି ୭୭. ୮୦ ରନ୍‌ ହାରରେ କୋହଲି ୨, ୨୦୩ ରନ୍‌ କରିଛନ୍ତି। ସେଥିରେ ୮ଟି ଶତକ ରହିଛି ଏବଂ ୭ଟି ଶତକ ସହ ୧, ୮୧୮ ଓଡିଆଇ ରନ୍‌ ମଧ୍ୟ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର