ଦୁବାଇ: ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବରେ ଜଣାଶୁଣା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୨୭ ବର୍ଷରେ ପ୍ରଥମ ଥର ପାଇଁ ଆଇସିସିର ସର୍ବାଧିକ ଦିନିକିଆ ରେଟିଂ(୯୦୯) ହାସଲ କରି ଇତିହାସ ରଚିଛନ୍ତି। ଏଥି ସହିତ ସେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସଙ୍କ ପରେ ଦିନିକିଆ ଓ ଟେଷ୍ଟ ର‍୍ୟାଙ୍କିଙ୍ଗ ଅତିକ୍ରମ କରିବାରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ହୋଇ ପାରିଛନ୍ତି।

Advertisment

ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳାରେ ୬ଟି ମ୍ୟାଚ୍‌ରେ ସମୁଦାୟ ୫୫୮ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏହାରି ଭିତରେ ସେ ୩ଥର ଆଉଟ ହୋଇଥିଲେ, କିନ୍ତୁ ତଥାପି ସେ ୩ଟି ଶତକ ହାସଲ କରିଥିଲେ।

ବିରାଟଙ୍କ ଏହି ୯୦୯ ରେଟିଂ  ଅଷ୍ଟ୍ରେଲିଆର ଡିନ ଜୋନ୍ସଙ୍କ ପରେ ସର୍ବାଧିକ, ଯିଏ କି ୧୯୯୧ରେ ୯୧୮ ରେଟିଂ ହାସଲ କରିଥିଲେ। ଏହା ସହିତ ଓଭରଅଲ ରେଟିଂରେ ବିରାଟଙ୍କୁ ୭ମ ସର୍ବୋଚ୍ଚ ରେଟିଂ ମିଳିଛି। ଭିଭି ରିଚାର୍ଡ(୯୩୫), ଜାହିର ଆବ୍ଦାସ(୯୩୧), ଗ୍ରେଗ ଚାପେଲ(୯୨୧), ଡିନ ଜୋନ୍ସ(୯୧୮) ଓ ଜାଭେଦ୍‌ ମିୟାଦାଦ(୯୧୦)।

ମଙ୍ଗଳବାର ଜାରି ହୋଇଥିବା ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗରେ କୋହଲି ୩୩ ରେଟିଂ ପଏଣ୍ଟ ହାସଲ କରିବା ସହିତ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ସେ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱି(୨ୟ ସ୍ଥାନ) ଏବି ଡିଭିଲିୟର୍ସଙ୍କ ଠାରୁ ୬୫ ଅଙ୍କ ଆଗରେ ଅଛନ୍ତି।

publive-image

ସର୍ବକାଳୀନ ଦିନିକିଆ ରେଟିଂରେ କିଏ ଆଗରେ

୧) ଭିଭି ରିଚାର୍ଡ(େଓ୍ଵଷ୍ଟଇଣ୍ଡିଜ୍‌): ୯୩୫, ୧୯୮୫
୨) ଜାହିର ଆବ୍ଦାସ(ପାକିସ୍ତାନ): ୯୩୧, ୧୯୮୩
୩) ଗ୍ରେଗ ଚାପେଲ(ଅଷ୍ଟ୍ରେଲିଆ): ୯୨୧, ୧୯୮୧
୪) ଡାଭିଡ଼ ଗ୍ରୋଭର(ଇଂଲଣ୍ଡ): ୯୧୯, ୧୯୮୩
୫) ଡିନ ଜୋନ୍ସ(ଅଷ୍ଟ୍ରେଲିଆ): ୯୧୮, ୧୯୯୧
୬) ଜାଭେଦ ମିୟାଦାଦ(ପାକିସ୍ତାନ): ୯୧୦, ୧୯୮୭
୭) ବିରାଟ କୋହଲି(ଭାରତ): ୯୦୯, ୨୦୧୮
୮) ବ୍ରାଏନ୍‌ ଲାରା(େଓ୍ଵଷ୍ଟଇଣ୍ଡିଜ୍‌): ୯୦୮, ୧୯୯୩

publive-image

ସର୍ବୋଚ୍ଚ ଟେଷ୍ଟ ବ୍ୟାଟିଂ ରେଟିଂ

୧) ୯୪୭: ଷ୍ଟିଭ୍‌ ସ୍ମିଥ
୨) ୯୩୫: ଡିଭିଲିୟର୍ସ
୩) ୯୧୭: ଜୋଏ ରୁଟ୍‌
୪) ୯୧୨: ବିରାଟ କୋହଲି
୪) ୯୦୭: ହାସିମ ଆମଲା

ସର୍ବୋଚ୍ଚ ଦିନିକିଆ ବ୍ୟାଟିଂ ରେଟିଂ

୧) ୯୦୯: ବିରାଟ କୋହଲି
୨) ୯୦୨: ଡିଭିଲିୟର୍ସ
୩) ୯୦୧: ହାସିମ ଆମଲା
୪) ୮୮୦: ଡାଭିଡ ଓ୍ଵାର୍ଣ୍ଣର
୫) ୮୬୭: ଜର୍ଜ ବେଲି

publive-image

ଭାରତୀୟ ବ୍ୟାଟ୍ସମ୍ୟାନ୍‌: ଶ୍ରେଷ୍ଠ ଆଇସିସି ରେଟିଂ
ଟେଷ୍ଟ:
-ସୁନିଲ ଗାଭାସ୍କର (୯୧୬), ୧୯୭୯
-ବିରାଟ କୋହଲି (୯୧୨), ୨୦୧୮

ଦିନିକିଆ:
-ବିରାଟ କୋହଲି(୯୦୯), ୨୦୧୮
-ସଚିନ ତେନ୍ଦୁଲକର(୮୮୭), ୧୯୯୮

ଟି-୨୦ ଅନ୍ତର୍ଜାତୀୟ
-ବିରାଟ କୋହଲି(୮୯୭), ୨୦୧୪