ସାମିଙ୍କ ସମର୍ଥନରେ ବାହାରିଲେ ବିରାଟ, କହିଲେ; ଧର୍ମକୁ ନେଇ କାହାକୁ ଟାର୍ଗେଟ କରିବା ଭୁଲ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ବଡ଼ ବୟାନ ରଖିଛନ୍ତି କ୍ୟାପଟେନ କୋହଲି । ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ସାମିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ଓ ଟାର୍ଗେଟ କରାଯାଇଥିବା ବେଳେ ଏବେ ଏହି ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ବିରାଟ । ସାମିଙ୍କୁ ଟ୍ରୋଲ କରାଯିବାକୁ ନେଇ ବିରାଟ ଖପ୍ପା ହେବା ସହ କହିଛନ୍ତି ବାହାରେ ହେଉଥିବା ଡ୍ରାମା ଉପରେ ଆମେ ଏତେଟା ଧ୍ୟାନ ଦେଉନାହୁଁ । ଏବେ ଆମେ ପୂରା ମ୍ୟାଚ୍ ଉପରେ ଧ୍ୟାନ ଦେଉଛୁ । କିନ୍ତୁ କୌଣସି ବ୍ୟକ୍ତିକୁ ଧର୍ମ ଆଧାରରେ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ରୂପେ ଭୁଲ ।

ବିରାଟ କହିଛନ୍ତି, କିଛି ଲୋକ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇ ଏଭଳି କାମ କରୁଛନ୍ତି । ଆଉ ଏବେ ଏଭଳି ଘଟଣା ସାଧାରଣ ହୋଇଗଲାଣି । ହେଲେ ଆମେ ଡ୍ରେସିଂ ରୁମର ମାହୋଲ ବହୁତ ଭଲ ରଖିଛୁ ଓ ପରସ୍ପର ସହ ସମୟ ବିତାଉଛୁ । ବାହାରେ ଯାହା ବି ଡ୍ରାମା ହେଉଛି, ତାହା ସେଭଳି ଲୋକମାନଙ୍କ ମାନସିକତାକୁ ଦର୍ଶାଉଛି । ତେବେ କୌଣସି ବ୍ୟକ୍ତିକୁ ଧର୍ମ ଆଧାରରେ ଟାର୍ଗେଟ କରିବା ସବୁଠୁ ବଡ଼ ଭୁଲ । ମୁଁ କାହା ସହ ଏଭଳି ଭେଦଭାବ କରିନାହିଁ । କିନ୍ତୁ କିଛି ଲୋକ କେବଳ ଏହିଭଳି କାମ କରୁଛନ୍ତି । ଯଦି ମହମ୍ମଦ ସାମିଙ୍କ ବୋଲିଂ କାହାକୁ ଭଲ ଲାଗୁନାହିଁ, ତେବେ ଏ ବାବଦରେ କହି ମୋ ସମୟ ନଷ୍ଟ କରିବାକୁ ଚାହିଁବି ନାହିଁ ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ମହମ୍ମଦ ସାମିଙ୍କୁ ଟ୍ରୋଲ କରାଯାଇଥିଲା । ସେତେବେଳେ ବିସିସିଆଇ ସମେତ ପୂର୍ବତନ ଭାରତୀୟ କ୍ରିକେଟରମାନେ ମହମ୍ମଦ ସାମିଙ୍କ ସମର୍ଥନରେ ବାହାରିଥିଲେ । ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଥିଲେ ପୂର୍ବତନ ଭାରତୀୟ ଖେଳାଳି । ଆଉ ଆଜି ସାମିଙ୍କ ସମର୍ଥନରେ ବାହାରିବା ସହ ଧର୍ମକୁ ନେଇ କାହାକୁ ଟାର୍ଗେଟ ନକରିବାକୁ ସ୍ପଷ୍ଟ ଭାବେ କହିଛନ୍ତି ବିରାଟ ।

ଏସବୁ ଭିତରେ ନିଜର ଦ୍ୱିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି ଟିମ୍ ଇଣ୍ଡିଆ । ତେବେ ମ୍ୟାଚ୍ ପୂର୍ବରୁ ହାର୍ଦ୍ଦିକଙ୍କୁ ନେଇ ବଡ ବୟାନ ରଖିଛନ୍ତି କୋହଲି । ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି, ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ଯଦି ଷଷ୍ଠ ବୋଲରଙ୍କ ଆବଶ୍ୟକତା ପଡେ ତେବେ ସେ ହାର୍ଦ୍ଦିକ ହୋଇପାରନ୍ତି ନଚେତ ମୁଁ ମଧ୍ୟ ହୋଇପାରେ । ଏହାବାଦ୍ ଶର୍ଦ୍ଦୁଲ ଠାକୁର ମଧ୍ୟ ତାଙ୍କ ରଣନୀତିର ଅଂଶବିଶେଷ ବୋଲି କହିଛନ୍ତି କୋହଲି ।

ସମ୍ବନ୍ଧିତ ଖବର