ନିଜର ଏଭଳି ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ବିରାଟ, ଲୋକେ କହିଲେ; ଲାଗୁଛି ଚାଲାଣ ଅଧିକ କଟି ଯାଇଛି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କେହଲୀ ଏବେ ନିଜର ଏକ ଅଜବ ଫଟୋ ସେୟାର କରି ଚର୍ଚ୍ଚାରେ ରହିଛନ୍ତି । ଫଟୋଟି ପୋଷ୍ଟ ହେବା ପରେ ପରେ ଟୁଇଟ୍‌ର ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିବାରେ ଲାଗି ପଡ଼ିଛନ୍ତି । ଫଟୋକୁ ଟୁଇଟ୍‌ କରି କ୍ୟାପ୍‌ସନରେ, ଯେ ପର୍ଯ୍ୟନ୍ତ ଆମେ ନିଜ ଭିତରକୁ ଭଲ ଭାବରେ ଜାଣିଛେ, ସେ ପର୍ଯ୍ୟନ୍ତ ବାହାରକୁ ଦେଖିବାର ଆବଶ୍ୟକତା ନାହିଁ ବୋଲି ଲେଖିଥିଲେ ବିରାଟ ।

ଫଟୋରେ ବିରାଟ ନିଜ ଶରୀରରେ କୌଣସି ପୋଷାକ ପିନ୍ଧି ନଥିବା ବେଳେ କେବଳ ଅନ୍ତବସ୍ତ୍ର ପିନ୍ଧି ବସିଥିବା ଦେଖାଯାଇଛି । ତେବେ ବିରାଟଙ୍କ ଏଭଳି ଫଟୋ ସାମ୍ନାକୁ ଆସିବା ପରେ କିଛି ଲୋକ ବର୍ତ୍ତମାନର ଟ୍ରାଫିକ ପରିସ୍ଥିତିକୁ ଦେଖି ତାଙ୍କୁ ଟ୍ରୋଲ କରିଥିଲେ । କିଛି ଲୋକ,ଲାଗୁଛି ବିରାଟଙ୍କର ଅଧିକ ଚାଲାଣ କଟି ଯାଇଛି ।  ଯାହାଦ୍ୱାରା ତାଙ୍କର ଏଭଳି ଅବସ୍ଥା ହୋଇଛି ବୋଲି ଲେଖିଥିବା ବେଳେ କିଛି ଲୋକ ଅନୁଷ୍କା ଘରୁ ବାହାର କରି ଦେଇଛନ୍ତି ବୋଲି ଲେଖି ଟ୍ରୋଲ କରିଥିଲେ ।

ସମ୍ବନ୍ଧିତ ଖବର