ଝିଅର ଫଟୋ ନେବାକୁ ମନାକରିଥିଲେ ବିରୁଷ୍କା, ଗତକାଲି ଫଟୋ ଭାଇରାଲ ହେବା ପରେ ରଖିଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଗତକାଲି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ଖେଳାଯାଇଥିଲା | ଏହି ସମୟରେ ଲୋକଙ୍କ ନଜର କ୍ରିକେଟ ଉପରୁ ହଟି ବିରାଟଙ୍କ ଝିଅ ଭାମିକାଙ୍କ ଉପରେ ପଡିଥିଲା | କ୍ରିକେଟର ସ୍କୋରଠାରୁ ଅଧିକ ଚର୍ଚ୍ଚାରେ ଥିଲା ଭାମିକାଙ୍କ ଫଟୋ | ଭାମିକାଙ୍କ ଜନ୍ମ ପରେ ତାଙ୍କ ଫଟୋ ନନେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ବିରାଟ ଏବଂ ଅନୁଷ୍କା | ଜନ୍ମର ଏତେ ଦିନ ପରେ ମଧ୍ୟ ଭାମିକାଙ୍କ ଗୋଟେ ଝଲକ କେହି ଦେଖି ପାରିନଥିବା ବେଳେ ଗତକାଲି ଷ୍ଟାଡିୟମରେ ଲାଗିଥିବା କ୍ୟାମେରାରେ ଭାମିକାଙ୍କ ଫଟୋ କଏଦ ହୋଇଯାଇଥିଲା | ଏହା ପରେ ସଙ୍ଗେ ସଙ୍ଗେ ଏହି ଫଟୋ ସୋସିଆଲ ମିଡିଆ ଘୁରି ବୁଲିଥିଲା | ତେବେ ଝିଅର ଫଟୋ ଭାଇରାଲ ହେଉଥିବା ଦେଖି ଏବେ ଉଭୟ ବିରାଟ ଏବଂ ଅନୁଷ୍କା ପ୍ରତିକ୍ରିୟା ରଖିଛନ୍ତି |

ଇନଷ୍ଟା ଷ୍ଟୋରୀରେ ଦୁହେଁ ଲେଖିଛନ୍ତି ଯେ, ଆମେ ଜାଣିବାକୁ ପାଇଛୁ ଯେ ଆମ ଝିଅର ଫଟୋ ଗତକାଲି ଷ୍ଟାଡିୟମରେ କଏଦ ହୋଇଥିଲା ଏବଂ ତା’ପରେ ଏହାକୁ ଅନେକ ଲୋକ ସେୟାର କରିଥିଲେ | ଆମେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ, କ୍ୟାମେରା ଆମ ଉପରେ ଅଛି ବୋଲି ଆମେ ଜାଣି ନଥିଲୁ | ଏହି ପ୍ରସଙ୍ଗରେ ଆମର ଆଭିମୁଖ୍ୟ ଏବଂ ଅନୁରୋଧ ସମାନ ରହିବ | ପୂର୍ବରୁ ଆମେ ଭାମିକାଙ୍କ ଫଟୋ ନଉଠାଇବାକୁ ଏବଂ ସେୟାର ନକରିବାକୁ ଅନୁରୋଧ କରିସାରିଛୁ | ସେଭଳି ହେଲେ ଆମେ ଖୁସି ହେବୁ | ଧନ୍ୟବାଦ |

indiatoday

ସୂଚନା ମୁତାବକ, ରବିବାର ଦିନ କେପଟାଉନରେ କୋହଲି ଏକ ଅର୍ଦ୍ଧ ଶତାବ୍ଦୀ ପୂରଣ କରିବା ପରେ ପ୍ରତିକ୍ରିୟା ଦେଖାଇବା ପାଇଁ ଷ୍ଟାଡିୟମରେ ଲାଗିଥିବା କ୍ୟାମେରା ଅନୁଷ୍କାଙ୍କ ଆଡକୁ ବୁଲିଥିଲା | ଏହା ପରେ ଅନୁଷ୍କାଙ୍କ ସହ ଝିଅ ଭାମିକା ମଧ୍ୟ କ୍ୟାମେରାରେ କଏଦ ହୋଇଯାଇଥିଲା, ଯାହା ପରେ ଭାଇରାଲ ହୋଇଥିଲା |

ସମ୍ବନ୍ଧିତ ଖବର