ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଫର୍ମକୁ ଫେରିବା ସହ ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ସେ ଏବେ ଟି-୨୦ ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ ସ୍କୋରର ବନିଛନ୍ତି। ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି।

Advertisment

ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳ ବୁଧବାର ବାଂଲାଦେଶ ବିପକ୍ଷରେ ଚତୁର୍ଥ ମ୍ୟାଚ୍ ଖେଳୁଛି। ଏହି ମ୍ୟାଚରେ କୋହଲି ନିଜର ୧୬ତମ ରନ୍ ସ୍କୋର କରିବା ମାତ୍ରେ ଏହି ରେକର୍ଡ ସ୍ଥାପନ କରିଛନ୍ତି। ସେ ହେଉଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଯିଏକି ବିଶ୍ୱକପରେ ହଜାରେ ରନ୍ ସ୍କୋର କରିଛନ୍ତି। ବାଂଲାଦେଶ ବିପକ୍ଷ ମ୍ୟାଚରେ କୋହଲି ୪୪ବଲରୁ ୬୪ରନ୍ କରିଥିଲେ। ଏହା ପରେ ବିରାଟ କୋହଲି ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସ୍କୋରର ବନି ପାରିଛନ୍ତି। ଏହା ସହ କୋହଲି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମହେଲା ଜୟବର୍ଦ୍ଧନେଙ୍କ ରେକର୍ଡ ଭାଙ୍ଗିଛନ୍ତି। ୩୧ଟି ମ୍ୟାଚରେ ଜୟବର୍ଦ୍ଧନେ ୧୦୧୬ରନ୍ ସଂଗ୍ରହ କରିଥିବା ବେଳେ ବିରାଟ କୋହଲି ୨୫ଟି ମ୍ୟାଚରେ ୧୦୬୫ ରନ୍ କରିଛନ୍ତି।

ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ବିରାଟ ଓ ମହେଲା ଜୟବର୍ଦ୍ଧନେ ଥିବା ବେଳେ ତୃତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍(୩୩ଟି ମ୍ୟାଚରେ ୯୬୫ ରନ୍), ଚତୁର୍ଥ ସ୍ଥାନରେ ଭାରତର ରୋହିତ ଶର୍ମା(୩୭ଟି ମ୍ୟାଚରେ ୯୨୧ ରନ୍) ଓ ପଞ୍ଚମ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର ତିଲକରତ୍ନେ ଦିଲଶାନ (୩୫ଟି ମ୍ୟାଚରେ ୮୯୭ ରନ୍)।