ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଲାଗି ଭାରତୀୟ ଟିମ୍‌ : ଅଧିନାୟକ ହେବେ ରୋହିତ, ବିଶ୍ରାମ ନେଲେ କୋହଲି

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ତିନିଟିକିଆ ଏକଦିବସୀୟ ସିରିଜ ପାଇଁ ସୋମବାର ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଏକଦିବସୀୟ ସିରିଜରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ଶ୍ରୀଲଙ୍କା ବିପକ୍ଷରେ ଡିସେମ୍ବର ୧୦ରେ ଧର୍ମଶାଳାରୁ ଆରମ୍ଭ ହେଉଥିବା ଏହି ଏକଦିବସୀୟ ସିରିଜରେ ଭାରତୀୟ ଟିମ୍‌ର ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଟେଷ୍ଟ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିଲା। ସେ ଏବେ ଏକଦିବସୀୟରେ ଖେଳିବେ। ଏଥିସହିତ ବିସିସିଆଇ ସିଦ୍ଧାର୍ଥ କୌଲଙ୍କୁ ବି ଓ୍ଵାନ୍‌ଡେ ଖେଳିବାର ସୁଯୋଗ ଦେଇଛି।

ଶ୍ରୀଲଙ୍କା ବିପକ୍ଷ ଏକଦିବସୀୟ ଭାରତୀୟ ଦଳରେ ରୋହିତ ଶର୍ମା(ଅଧିନାୟକ), ଶିଖର ଧାବନ, ଆଜିଙ୍କ୍ୟ ରହାଣେ, ଶ୍ରେୟସ୍‌ ଆୟାର, ମନୀଶ ପାଣ୍ଡେ, ଦିନେଶ କାର୍ତ୍ତିକ, କେଦାର ଯାଦବ, ଏମ ଏସ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟଜୁବେନ୍ଦ୍ର ଚହଲ, ଜଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ସିଦ୍ଧାର୍ଥ କୌଲ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର