ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ସୁପରଷ୍ଟାର ବିରାଟ କୋହଲି କେବଳ ପଡ଼ିଆରେ ନୁହେଁ ବରଂ ରୋଜଗାର ଦୃଷ୍ଟିରୁ ମଧ୍ୟ ଶୀର୍ଷରେ ରହିଛନ୍ତି। ମଇ ୧୨ ତାରିଖ ସୋମବାର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। 
ଟେଷ୍ଟରୁ ବିରାଟ ଅବସର ଘୋଷଣା ପରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କି ଯଦି ବିରାଟ ଟେଷ୍ଟରୁ ଅବସର ନେଇଛନ୍ତି, ତେବେ ତାଙ୍କ ଦରମା ଉପରେ ଏହାର କୌଣସି ପ୍ରଭାବ ପକାଇବ କି?

Advertisment

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିରାଟଙ୍କୁ ବିସିସିଆଇ ପ୍ରତିବର୍ଷ ୭ କୋଟି ଟଙ୍କା ଦିଏ। ଏହା ବ୍ୟତୀତ ତାଙ୍କୁ ଏକ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ୧୫ ଲକ୍ଷ ଟଙ୍କା ମ୍ୟାଚ୍ ଫି ମଧ୍ୟ ପ୍ରଦାନ କରାଯାଏ। 

ପ୍ରତିବର୍ଷ ବିସିସିଆଇ ନିଜର କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ଖେଳାଳିମାନଙ୍କୁ ଚାରୋଟି ବର୍ଗରେ ବିଭକ୍ତ କରିଥାଏ।

୧. ଏ+ ଗ୍ରେଡ୍ (ବାର୍ଷିକ ୭ କୋଟି ଟଙ୍କା)
୨. ଏ ଗ୍ରେଡ୍ (ବାର୍ଷିକ ୫ କୋଟି ଟଙ୍କା)
୩. ବି ଗ୍ରେଡ୍ (ବାର୍ଷିକ ୩ କୋଟି ଟଙ୍କା)
୪. ସି ଗ୍ରେଡ୍ (ବାର୍ଷିକ ୧ କୋଟି ଟଙ୍କା)

ସେହିପରି ଟେଷ୍ଟ ମ୍ୟାଚ୍ ପାଇଁ  ୧୫ ଲକ୍ଷ ଟଙ୍କା, ଏକଦିବସୀୟ ମ୍ୟାଚ୍ ପାଇଁ ୬ ଲକ୍ଷ ଟଙ୍କା, ଟି-୨୦ ମ୍ୟାଚ୍ ପାଇଁ  ୩ ଲକ୍ଷ ଟଙ୍କା ଖେଳାଳିଙ୍କୁ ଫି ବାବଦକୁ ପ୍ରଦାନ କରାଯାଏ।

ବିରାଟ କୋହଲି ବର୍ତ୍ତମାନ ବିସିସିଆଇର ଏ+ ଗ୍ରେଡ୍ ତାଲିକାରେ ସାମିଲ ଅଛନ୍ତି। ଯାହାର ଅର୍ଥ ହେଉଛି ସେ ପ୍ରତିବର୍ଷ ୭ କୋଟି ଟଙ୍କାର ସ୍ଥିର ଦରମା ପାଉଛନ୍ତି। ଏହା ବ୍ୟତୀତ, ସେ ପ୍ରତ୍ୟେକ ମ୍ୟାଚ୍ ଖେଳିବା ପାଇଁ ପୃଥକ ପୃଥକ  ମ୍ୟାଚ୍ ଫି ମଧ୍ୟ ପାଇଥାଆନ୍ତି। ।

ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ତାଙ୍କର ମ୍ୟାଚ୍ ଫିସ୍ ଉପରେ ପ୍ରଭାବ ପଡ଼ିବ । କାରଣ ସେ ଟେଷ୍ଟ ଖେଳିବେ ନାହିଁ, କିନ୍ତୁ ଯେପର୍ଯ୍ୟନ୍ତ ସେ ବିସିସିଆଇର ଏ+ ଗ୍ରେଡ୍ ବର୍ଗରେ ରହିବେ ସେପର୍ଯ୍ୟନ୍ତ କେନ୍ଦ୍ରୀୟ ଚୁକ୍ତିନାମା ପରିମାଣ ଉପରେ ସିଧାସଳଖ କୌଣସି ପ୍ରଭାବ ପଡ଼ିବ ନାହିଁ। 

ବିସିସିଆଇ ପ୍ରତିବର୍ଷ ପ୍ରଦର୍ଶନ ଏବଂ ଫର୍ମ ଆଧାରରେ ଚୁକ୍ତିପତ୍ରଗୁଡ଼ିକର ସମୀକ୍ଷା କରେ। ଯଦି ବିରାଟ କେବଳ ଗୋଟିଏ କିମ୍ବା ଦୁଇଟି ଫର୍ମାଟ୍ ଖେଳନ୍ତି, ତେବେ ଭବିଷ୍ୟତରେ ତାଙ୍କୁ ଏ+ ରୁ ଏ ଗ୍ରେଡକୁ ହ୍ରାସ କରାଯାଇପାରେ,। ଯାହାଫଳରେ ତାଙ୍କର ବାର୍ଷିକ ଦରମା ୭ କୋଟିରୁ ୫ କୋଟି ଟଙ୍କାକୁ ହ୍ରାସ ପାଇପାରେ।