ଦୁବାଇ: ଅର୍ନ୍ତଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ସଦ୍ୟ ପ୍ରକାଶିତ ପୁରୁଷ ର୍ୟାଙ୍କିଙ୍ଗ୍ ତାଲିକାରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଉପ-ଅଧିନାୟକ ରୋହିତ ଶର୍ମା ନିଜର ପ୍ରଥମ ଓ ଦ୍ୱିତୀୟ ସ୍ଥାନ କ୍ରମାଗତ ବଜାୟ ରଖିଛନ୍ତି।
ନିକଟରେ ଅଷ୍ଟ୍ରେଲିଆ ବିରୋଧରେ ଶେଷ ହୋଇଥିବା ୫ ଦିନିକିଆ ମ୍ୟାଚ ଶୃଙ୍ଖଳାରେ ବିରାଟ କୋହଲି ୩୧୦ ରନ୍ କରିଥିବା ବେଳେ ରୋହିତ ଶର୍ମା ୨୦୨ ରନ୍ ସଂଗ୍ରହ କରିଥିଲେ। ଏହି ଶୃଙ୍ଖଳାରେ ଭାରତ ୩-୨ରେ ପରାଜିତ ହୋଇଥିଲା।
/sambad/media/post_attachments/wp-content/uploads/2019/03/icc-logo-300x175.jpg)
ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ନିକଟରେ ୫-୦ରେ ବିଜୟ ହାସଲ କରିଛି। ଏବଂ ଟିମ୍ର ଓପନର କ୍ୱିଣ୍ଟନ ଡି-କକ୍ ତାଲିକାରେ ୪ର୍ଥ ସ୍ଥାନ ପାଇଛନ୍ତି। କେପ୍ଟାଉନ୍ରେ ଏହି ଶୃଙ୍ଖଳା ଶନିବାର ଶେଷ ହୋଇଛି। ଦକ୍ଷିଣ ଆଫ୍ରିକାର ଏହି ୨୬ ବର୍ଷିଅ ଖେଳାଳି ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଶୃଙ୍ଖଳାରେ ୩୫୩ ରନ କରିଥିଲେ। ଏଥିରେ ଗୋଟିଏ ଶତକ ଏବଂ ୩ଟି ଅର୍ଦ୍ଧଶତକ ସାମିଲ ଥିଲା। ଟିମ୍ର ଅନ୍ୟ ଖେଳାଳି ଡୁପ୍ଲେସିସଙ୍କୁ ଆଇସିସି ଦିନିକିଆର ର୍ୟାଙ୍କିଙ୍ଗରେ ୫ମ ସ୍ଥାନ ମିଳିଛି। ଡିପ୍ଲେସିସ ଶ୍ରୀଲଙ୍କା ବିପକ୍ଷରେ ୨୭୨ ରନ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/rohit-kohli.jpg)