ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିବା ପରେ ଆଇପିଏଲ ୨୦୨୫ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ବିରାଟ ଆରସିବି ଶିବିରରେ ଯୋଗ ଦେଇଛନ୍ତି ଏବଂ ନେଟରେ କଠିନ ଅଭ୍ୟାସ କରୁଛନ୍ତି। ଆଇପିଏଲ ୨୦୨୫ ସିଜିନ-୧୮ ମାର୍ଚ୍ଚ ୨୨ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ।
ଆରସିବିର ଷ୍ଟାର ବ୍ୟାଟସମ୍ୟାନ୍ ବିରାଟ କୋହଲି କେଉଁ ବୋଲରଙ୍କ ବିପକ୍ଷରେ ଖେଳିବା ତାଙ୍କ ପାଇଁ ସବୁଠାରୁ କଷ୍ଟକର ସେନେଇ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଆଲୋଚନା କରିଛନ୍ତି।
Virat Kohli talking about Jasprit Bumrah & rivalry between both in IPL. 🌟
— Tanuj Singh (@ImTanujSingh) March 17, 2025
- Two GOATs of Cricket..!!!! 🐐
pic.twitter.com/tpz9cDn26i
ଆଇପିଏଲ ୨୦୨୫ ପୂର୍ବରୁ ବିରାଟ କୋହଲିଙ୍କ ଏକ ସାକ୍ଷାତକାର ସାମ୍ନା ଆସିଛି। ଯେଉଁଥିରେ ସେ ସବୁଠାରୁ କଠିନ ଏବଂ ମଜାଦାର ବୋଲରଙ୍କ ବିଷୟରେ ଆଲୋଚନା କରିଛନ୍ତି।
ବିରାଟ କୋହଲି କହିଛନ୍ତି ଯେ ଜସପ୍ରିତ ବୁମରାହ ବିଶ୍ୱର ସର୍ବୋତ୍ତମ ବୋଲର। ଯେତେବେଳେ ମୁଁ ତାଙ୍କ ସାମ୍ନା କରେ, ମୁଁ କହେ 'ହଁ, ଏବେ ଏହା ମଜାଦାର ହେବ'। ସେ ମୋ ପାଇଁ ସବୁଠାରୁ ମଜାଦାର ଏବଂ ସବୁଠାରୁ କଷ୍ଟକର ଚ୍ୟାଲେଞ୍ଜ।’
ପ୍ରାୟତଃ ଏହି ଦୁଇ ଖେଳାଳିଙ୍କୁ ଆଇପିଏଲ ସମୟରେ ମୁହାଁମୁହିଁ ହେବାର ଦେଖିବାକୁ ମିଳିଥାଏ। ବିରାଟ ଓ ଜସପ୍ରୀତ ପୁଣି ଆଇପିଏଲ ୨୦୨୫ରେ ପରସ୍ପରର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି। ବିରାଟ କୋହଲି ଆରସିପି ପାଇଁ ଖେଳୁଥିବା ବେଳେ, ଜସପ୍ରୀତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ।