କୋହଲି ସବୁବେଳେ ଶତକ ମାରନ୍ତି ନାହିଁ ବୋଲି କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍; ୪ ଘଣ୍ଟା ପରେ ବିରାଟ ମାରିଲେ ୧୧୩

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି କରିଛନ୍ତି ଶତକ । ଏହା ତାଙ୍କ କ୍ୟାରିୟରର ୪୪ ତମ ଶତକ, ପ୍ରାୟ ତିନି ବର୍ଷ ପରେ ଦିନିକିଆ କ୍ରିକେଟରେ ଶତକ ମାରିଛନ୍ତି ବିରାଟ । ଏହି ଶତକ ମରିବାର ସମୟ ମଧ୍ୟ ଆଶ୍ଚର୍ଯ୍ୟଜନକ, କାରଣ ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଉଦାହାରଣ ସ୍ୱରୂପ କୋହଲିଙ୍କ ଶତକ ବିଷୟରେ ଗଣମାଧ୍ୟମରେ କହିଥିଲେ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଭଗୱନ୍ତ ମାନଙ୍କୁ ଗୁଜୁରାଟ ନିର୍ବାଚନରେ ତାଙ୍କ ଦଳର ବିଫଳତା ବିଷୟରେ ପଚରାଯିବାରୁ ସେ କହିଲେ ଯେ, “ବିରାଟ କୋହଲି ମଧ୍ୟ ପ୍ରତିଦିନ ଶତକ ହାସଲ କରନ୍ତି ନାହିଁ, ଆମେ ନିରନ୍ତର ପରିଶ୍ରମ କରୁଛୁ” । ଭଗବନ୍ତ ମାନଙ୍କ ଏହି କଥା ଚର୍ଚ୍ଚାର ବିଷୟ ପାଲଟିଗଲା ।

ଭଗୱନ୍ତ ମାନ୍ ଯେତେବେଳେ ଏହି କଥା କହୁଥିଲେ, ସେହି ସମୟରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ତୃତୀୟ ଦିନିକିଆ ଖେଳୁଥିଲା । ଏଠାରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ କ୍ୟାରିୟରର ୪୪ତମ ଶତକ ହାସଲ କରିଛନ୍ତି । ପ୍ରାୟ ତିନି ବର୍ଷ ପରେ ବିରାଟ କୋହଲି ଦିନିକିଆ କ୍ରିକେଟରେ ଏହି ଶତକ ହାସଲ କରିଛନ୍ତି । ଦିନିକିଆ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାରେ ବିରାଟ ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବାଂଲାଦେଶ ବିପକ୍ଷରେ ଖେଳି ବିରାଟ କୋହଲି ୯୧ଟି ବଲରୁ ୧୧୩ ରନ କରିଥିଲେ, ସେଥି ମଧ୍ୟରେ ୧୧ଟି ଚୌକା ଓ ୨ଟି ଛକା ରହିଛି।

ସମ୍ବନ୍ଧିତ ଖବର