ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଆଡେଲେଡ୍ ଓଭାଲ୍ରେ ଚାଲିଥିବା ‘ଟି୨୦ ବିଶ୍ବକପ୍’ କ୍ରିକେଟ୍ ମ୍ୟାଚ୍ର ଦ୍ବିତୀୟ ସେମିଫାଇନାଲ୍ରେ ଭାରତ ବିପକ୍ଷରେ ଟସ୍ ଜିଣି ଇଂଲଣ୍ଡ୍ ପ୍ରଥମେ ବୋଲିଙ୍ଗ୍ କରୁଛି। ହେଲେ ଏହା ପୂର୍ବରୁ ଏକ ଭିଡିଓ ଖୁବ୍ ଜୋର୍ରେ ଭାଇରାଲ୍ ହୋଇଛି। ଭିଡିଓଟି ପାକିସ୍ତାନର। ଜଣେ ପାକିସ୍ତାନୀ ମହିଳା ଟିମ୍ ଇଣ୍ଡିଆର ଆଗୁଆ ଖେଳାଳି ବିରାଟଙ୍କୁ ଡରୁଥିବା କଥା ସ୍ପଷ୍ଟ ଭାବେ ସ୍ବୀକାର କରୁଛନ୍ତି।
ଭିଡିଓରେ ଶୁଣିବାକୁ ମିଳିଛି ଯେ ମହିଳାଙ୍କୁ ଗଣମାଧ୍ୟମ ପ୍ରତିନିଧୀ ପଚାରୁଥିବା ପ୍ରଶ୍ନରେ ମହିଳା ଜଣକ ଉତ୍ତର ରଖି କହିଛନ୍ତି ଯେ ‘ମୋତେ ବିରାଟଙ୍କୁ ବହୁତ ଡର ଲାଗେ। ସେ ଯେମିତି ଆଖି କରି ଦେଖନ୍ତି, ମୋତେ ଭାରି ଡର ଲାଗେ। ମୁଁ ଚାହୁଁନାହିଁ ଯେ ସେମି ଫାଇନାଲ୍ ମ୍ୟାଚ୍ରେ ଭାରତ ଜିତୁ ବୋଲି। କାରଣ ସେମି ଫାଇନାଲ୍ରେ ଭାରତ ଜିତିଲେ ସେ ନିଶ୍ଚିତ ବିଶ୍ପକପ୍ ଜିତିଯିବେ।’
Fear of Virat Kohli in Pakistani Fans 🔥👑 pic.twitter.com/7CEZoL1myR
— Amee ♥ (@kohlifanAmee) November 9, 2022
ମହିଳା ଜଣକ ଟିମ୍ ଇଣ୍ଡିଆକୁ ନେଇ ନିଜର ଭୟ ବ୍ୟକ୍ତ କରୁଥିବା ବେଳର ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି।
ଆଜି ଟସ୍ ଜିଣିବା ପରେ ଇଂଲଣ୍ଡ୍ର ଅଧିନାୟକ ଜସ୍ ବଟ୍ଲର୍ ପ୍ରଥମେ ବୋଲିଙ୍ଗ୍ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଆଜିର ମ୍ୟାଚ୍ ନିମନ୍ତେ ଭାତୀୟ ଟିମ୍ରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବା ବେଳେ ଇଂଲଣ୍ଡ ଟିମ୍ରେ ଦୁଇଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି। ଆହତ ହୋଇଥିବା କାରଣରୁ ଇଂଲଣ୍ଡ୍ର ମାର୍କ ଉଡ୍ ଏବଂ ଡାୱିଡ୍ ମାଲାନ୍ ଆଜିର ଖେଳରେ ଭାଗ ନେଇ ପାରୁନାହାନ୍ତି। ତାଙ୍କ ସ୍ଥାନରେ ଫିଲିପ୍ ସଲ୍ଟ୍ ଏବଂ କ୍ରିସ୍ ଜୋର୍ଡାନ୍ ଖେଳୁଛନ୍ତି।