ପୁଣି ଚର୍ଚ୍ଚାରେ ବିରୁଷ୍କାଙ୍କ ପ୍ରେମ କାହାଣୀ : ମ୍ୟାଚ୍‌ ଜିତିବା ପରେ ପରସ୍ପରକୁ ଏମିତି ଖୋଜିବା ଆରମ୍ଭ କରିଥିଲେ ବିରୁଷ୍କା, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ : ଶୁକ୍ରବାର ରାତିରେ ବାଙ୍ଗାଲୁରୁରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଏବଂ କିଙ୍ଗ୍‌ସ XI ପଞ୍ଜାବ ମଧ୍ୟରେ ଆଇପିଏଲ ମ୍ୟାଚ୍‌ ଖେଳା ଯାଇଥିଲା । ଯେଉଁଥିରେ ବିଜୟ ଲାଭ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଟିମ୍‌ର କ୍ୟପ୍‌ଟେନ୍‌ ବିରାଟ ହୋଇଥିବାରୁ, ତା’ଙ୍କ ଟିମ୍‌ ଜିତିଯିବା ପରେ ପଡ଼ିଆରେ ସମସ୍ତେ ତା’ଙ୍କ ନା ନେଇ ଖୁସିରେ ପାଟି କରିବାକୁ ଲାଗିଥିଲେ । କିନ୍ତୁ ଏତେ ଭିଡ଼ ଭିତରେ ମଧ୍ୟ ବିରାଟଙ୍କ ଆଖି ଖୋଜୁଥିଲା କେବଳ ଜଣଙ୍କୁ । ନିଜର ଲକି ଚାମ୍ପ କୁଆଡ଼େ ଗଲେ ବୋଲି ସେ ଏପଟ ସେପଟ ଖୋଜିବା ଆରମ୍ଭ କରିଥିଲେ । ଶେଷରେ ସେ ତା’ଙ୍କ ଲକି ଚାମ୍ପ ଅନୁଷ୍କାଙ୍କୁ ଦେଖି ପାରିଥିଲେ । ଦୁହେଁ ଦୁହିଁଙ୍କୁ ଖୋଜିବାର ଏହି ଦୃଶ୍ୟକୁ ଜଣେ ଦର୍ଶକ ମୋବାଇଲରେ ରେକର୍ଡ଼ କରିବା ସହ ନିଜ ସୋସିଆଲ ସାଇଟ୍‌ରେ ଛାଡ଼ିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

 ସୂଚନା ମୂତାବକ, ନିଜ ସ୍ୱାମୀଙ୍କୁ ଚିୟର ଅପ୍‌ କରିବା ପାଇଁ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ସୁଟିଂ ଛାଡ଼ି ବାଙ୍ଗାଲୁରୁରେ ପହଞ୍ଚିଥିଲେ । ମ୍ୟାଚ୍‌ ଚାଲିଥିବା ସମୟରେ ସେ ବିରାଟଙ୍କୁ ଚିୟର ଅପ୍‌ କରୁଥିବାର ଦେଖିବାକୁ ମିଳିଥିଲା । ମ୍ୟାଚ୍‌ ଜିତିଯିବା ପରେ ବିରାଟ ସବୁକିଛି ଛାଡ଼ି ପ୍ରଥମେ ଅନୁଷ୍କା କେଉଁଠି ଅଛନ୍ତି ଖୋଜିବା ଆରମ୍ଭ କରିଥିଲେ । ଦୁହେଁ ଦୁହିଁଙ୍କୁ ଫୋନ କରିବା ସହ ପରସ୍ପରକୁ ଖୋଜିବା ଆରମ୍ଭ କରି ଦେଇଥିଲେ । କିଛି ସମୟ ପରେ ବିରାଟ ଅନୁଷ୍କାଙ୍କୁ ଦେଖିପାରି ତା’ଙ୍କ ପାଖକୁ ଯାଇଥିଲେ । ତେବେ ଏହି ଦୃଶ୍ୟର ଭିଡ଼ିଓ ସୋସିଆଲ ସାଇଟ୍‌ରେ ଅପ୍‌ଲୋଡ଼ ହେବା ପରେ ଧିରେ ଧିରେ ଏହା ସେୟାର ହେବା ଆରମ୍ଭ ହୋଇଛି । ବିରୁଷ୍କାଙ୍କ ଏହି ପ୍ରେମଭରା ମୂହୁର୍ତ୍ତକୁ ସମସ୍ତେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର