ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ପରବର୍ତ୍ତୀ ଅଧିନାୟକ କିଏ ହେବ? ଏବେ ଏହା ଏକ ବହୁତ ବଡ ପ୍ରଶ୍ନ | କାରଣ ଗତ ୩ସିଜିନରେ ଦଳର ନେତୃତ୍ୱ ନେଉଥିବା ଅଭିଜ୍ଞ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ ପ୍ଲେସିସଙ୍କୁ ୪୦ବର୍ଷ ବୟସ ହୋଇଛି। ବୟସ ଅଧିକ ହୋଇଥିବାରୁ ଫ୍ରାଞ୍ଚାଇଜ୍ ଏଥର ତାଙ୍କୁ ଦାୟିତ୍ବ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଛି। ନିଲାମ ସମୟରେ, ଦଳ ଆଗାମୀ ତିନି ବର୍ଷକୁ ଧ୍ୟାନରେ ରଖି ଖେଳାଳିମାନଙ୍କୁ ବାଛିବ | ଯଦି ଆଗାମୀ ୩ଟି ସିଜିନ ପାଇଁ ପ୍ଲେସିସଙ୍କୁ ଦଳ ବାଛେ ତେବେ ସେ ୪୩ବର୍ଷର ହୋଇଯିବେ। ଏଭଳି ପରିସ୍ଥିତିରେ, ଫ୍ରାଞ୍ଚାଇଜ୍ ତାଙ୍କୁ ଏଥର ଦଳରେ ଅନ୍ତର୍ଭୁକ୍ତ କରିବାର ସମ୍ଭାବନା ବହୁତ କମ୍ ଥିବା ପରି ମନେହେଉଛି।
ନିଲାମ ପୂର୍ବରୁ ଆଉ ଏକ ଚର୍ଚ୍ଚା ହେଉଛି ଯେ, ଫ୍ରାଞ୍ଚାଇଜ୍ କେ.ଏଲ୍ ରାହୁଲଙ୍କୁ ଦଳରେ ସାମିଲ କରିବାକୁ ଚିନ୍ତା କରୁଛି | କିନ୍ତୁ ରାହୁଲ ଦଳରେ ସାମିଲ ହେଲେ ବି ଦଳ ତାଙ୍କ ପ୍ରଦର୍ଶନକୁ ଦେଖି କେବେ ବି ଅଧିନାୟକ କରିବ ନାହିଁ। ଏଭଳି ସ୍ଥିତିରେ ଯଦି କୌଣସି ଭଲ ଖେଳାଳି ନମିଳନ୍ତି ତେବେ ଆରସିବି ପୁଣି ବିରାଟ କୋହଲିଙ୍କୁ ଅଧିନାୟକ କରିପାରେ ବୋଲି କୁହାଯାଉଛି।
ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ଦଳର ସ୍ଥିତି ଦେଖି କିଙ୍ଗ କୋହଲି କହିଛନ୍ତି ଯଦି ଆବଶ୍ୟକ ହୁଏ ତେବେ ସେ ଗୋଟାଏ ସିଜିନ ପାଇଁ ପୁନର୍ବାର ଅଧିନାୟକତ୍ୱ ଦାୟିତ୍ବ ଗ୍ରହଣ କରିବେ।
ଉଲ୍ଲେଖଯୋଗ୍ୟ, କୋହଲି ୨୦୧୩ ରୁ ୨୦୨୧ ପର୍ଯ୍ୟନ୍ତ ଆରସିବିର ଅଧିନାୟକ ଥିଲେ | ଏହି ଅବଧି ମଧ୍ୟରେ ଦଳ ଥରେ ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଥିଲା, କିନ୍ତୁ ଟ୍ରଫି ଉଠାଇବାର ସ୍ୱପ୍ନ କେବଳ ସ୍ୱପ୍ନରେ ରହିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/10/30/vdLIxqL4jIi2IyZQ0mvi.jpg)