ଡିଭିଲିୟର୍ସ-ମୋର୍ଗାନଙ୍କ ସହ ବସିଥିବା ଫଟୋ ସେୟାର କଲେ କୋହଲି, କହିଲେ- ଖେଳ ବହୁତ ଭଲ ଲୋକଙ୍କୁ ଦେଇଛି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଶନିବାର ନିଜର ଏକ ପୁରୁଣା ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ସେ ଇଂଲଣ୍ଡର ଅଧିନାୟକ ଇଅନ୍‌ ମୋର୍ଗାନ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସଙ୍କ ସହ ବସିଛନ୍ତି। କୋହଲି ଫଟୋ ମାଧ୍ୟମରେ ଦର୍ଶାଇବାକୁ ଚାହିଁଛନ୍ତି ଯେ, ଖେଳ ତାଙ୍କୁ ପଡ଼ିଆରେ ଓ ବାହାରେ ଅନେକ ଲୋକଙ୍କୁ ଭେଟାଇଛି।

Zee News

ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିକଟରେ ଭାରତକୁ ୩ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ୩-୦ରେ ବିଜୟ ଦେଇଥିବା କୋହଲି ନିଜର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି, ଖେଳରେ ସବୁଠୁ ସୁନ୍ଦର କଥା ହେଲା ପ୍ରତିଦ୍ୱନ୍ଦ୍ୱିତା କେବଳ ପଡ଼ିଆ ଭିତରେ ସୀମିତ ଥାଏ। ମନଖୋଲା ଆଳାପ ମଧ୍ୟରେ ସମସ୍ତ ଚାପ ଶେଷ ହୋଇଯାଇଥାଏ। କୋହଲି କହିଛନ୍ତି ଖେଳ ମାଧ୍ୟମରେ ଏତେ ସଂଖ୍ୟାରେ ଭଲ ଲୋକଙ୍କୁ ଜାଣିବାର ସୁଯୋଗ ମିଳି ପାରିଛି।

କୋହଲିଙ୍କ ଡିଭିଲିୟର୍ସ ସହିତ ନିବିଡ ବନ୍ଧୁତା ଥିଲା ଏବଂ ଉଭୟ ଖେଳାଳି ଦୀର୍ଘ ଦିନରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ସହିତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ ପାଇ ଖେଳିଛନ୍ତି। ବିରାଟଙ୍କୁ ପଡ଼ିଆରେ ଆକ୍ରମକ ବୋଲି କୁହାଯାଉଥିବା ବେଳେ ବାହାରେ ଖେଳାଳିଙ୍କ ପ୍ରତି ଭଲ ବ୍ୟବହାର ଦେଖାଇଥାନ୍ତି।

ସମ୍ବନ୍ଧିତ ଖବର