ବିରାଟଙ୍କୁ ’ଚିକୁ’ ନାମ କିଏ ଦେଇଥିଲେ ଜାଣନ୍ତି? ଜାଣନ୍ତୁ କିପରି ଟିମ୍‌ ଇଣ୍ଡିଆରେ ଏହି ନାମରେ ପରିଚିତ ହେଲେ କୋହଲି

ନୂଆଦିଲ୍ଳୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଲୋକେ ‘ଚିକୁ’ ନାମରେ ବି ଜାଣନ୍ତି। ଆପଣ ଭାବୁଛନ୍ତି କି ବିରାଟଙ୍କ ଏହି ନାମ ନିଜ ପରିବାରର କେହି ଦେଇଛନ୍ତି ବୋଲି? ଆଦୌ ବି ନୁହେଁ, ତାଙ୍କୁ ଏହି ନାମ ବଡ଼ ହେବା ପରେ ମିଳିିଛି। ତା’ ପଛରେ ଏକ ସୁନ୍ଦର କାହାଣୀ ବି ରହିଛି।

ତେବେ ବିରାଟଙ୍କୁ ଏହି କୌତୂକିଆ ନାମଟି କ୍ରିକେଟ୍‌ କୋଚ୍‌ ଅଜିତ୍‌ ଚୌଧୁରୀ ଦେଇଛନ୍ତି। ବିରାଟ ସେତେବେଳେ ନୂଆ ନୂଆ ଖେଳୁଥାନ୍ତି। ଏକ ମ୍ୟାଚ୍‌ ପୂର୍ବରୁ କୋହଲି ନିଜ କେଶକୁ କାଟି ଏକଦମ୍‌ ଛୋଟ ଛେ‌ାଟ କରି ଦେଇଥିଲେ। ସେ ସମୟରେ ସେ ଏକଦମ ମୋଟାସୋଟା ବି ଥିଲେ। ଆପଣ ନଜର କରିଥିବେ ନିଶ୍ଚୟ ଯେ ବିରାଟଙ୍କ କାନ ଦୁଇଟି ବି ଟିକେ ବଡ଼। ଚୁଟି ଛୋଟ କରି କାଟିଥିବା କାରଣରୁ ତାଙ୍କ କାନ ଆହୁରି ଟିକେ ବଡ଼ ଦିଶୁଥିଲା।

ବିରାଟଙ୍କୁ ଦେଖିବା ପରେ ଅଜିତଙ୍କ ମନରେ ଏକ ଗପ ବହିରେ ଥିବା ‘ଚିକୁ’ ଠେକୁଆ କଥା ମନେ ପଡ଼ିଗଲା, ଯାହାର କାନ ବଡ଼ ବଡ଼। ବିରାଟଙ୍କୁ ସେହି ଠେକୁଆ ସହ ସମାନତା ଥିବାର କହି ଅଜିତ ତାଙ୍କୁ ‘ଚିକୁ’ ବୋଲି ଡାକିବା ଆରମ୍ଭ କରିଦେଲେ। ଧୀରେ ଧୀରେ କୋହଲିଙ୍କର ଏହି ନାମ ଚାରିଆଡ଼େ ଖେଳିଗଲା। ଏହି ନାମରେ ତାଙ୍କୁ ସମସ୍ତେ ଚିକୁ ଡାକିବା ଆରମ୍ଭ କରିଦେଲେ।

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସବୁ ସମୟରେ ବିରାଟଙ୍କୁ ଷ୍ଟମ୍ପ୍‌ ପଛରୁ ‘ଚିକୁ’ କହି ଡାକୁଥିଲେ। କେବଳ ଧୋନୀ କାହିଁକି, ଟିମ୍‌ ଇଣ୍ଡିଆରେ ତା’ପରଠାରୁ ବିରାଟ ଏହି ନାମରେ ସମସ୍ତଙ୍କ ଆଗରେ ପରିଚିତ ହୋଇଗଲେ।

ସମ୍ବନ୍ଧିତ ଖବର