ନୂଆଦିଲ୍ଲୀ: ଧୋନି-ସଚିନଙ୍କଠାରୁ ବିରାଟ ଭଲ ବ୍ୟାଟର। ଏଭଳି କହି ଚର୍ଚ୍ଚାରେ ଭାରତର ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ। ୨୦୦୮ ମସିହାରେ ଗଠିତ ହେବାର ୧୬ବର୍ଷ ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ମହିଳା ଟିମ୍ ଡବ୍ଲୁପିଏଲରେ ପ୍ରଥମ ଟ୍ରଫି ଜିତିଛି। ଏହା ପରେ ଏବେ ପୁରୁଷ ଟିମର ଅଧିନାୟକ ଥିବା ବିରାଟ କୋହଲିଙ୍କ ଦକ୍ଷତା ଉପରେ ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ଏବିଷୟରେ ସିଦ୍ଧୁଙ୍କୁ ପ୍ରଶ୍ନ କରାଯିବାରୁ ସେ ବିରାଟଙ୍କୁ ସବୁଠୁ ଭଲ ବ୍ୟାଟର ବୋଲି କହିଛନ୍ତି।
ଆରସିବି ପାଇଁ ବିରାଟଙ୍କୁ ନମ୍ବର ୩ରେ ଖେଳିବା ଉଚିତ୍ କି ନାହିଁ ବୋଲି ପ୍ରଶ୍ନ କରାଯିବାରୁ ସିଦ୍ଧୁ କହିଥିଲେ, ମୁଁ ଏଭଳି ହେବା ଜରୁରୀ ବୋଲି ଭାବୁନାହିଁ । କାରଣ ସେ ଜଣେ ମହାନ ବ୍ୟାଟର ବୋଲି ମୁଁ ଭାବେ। ତାଙ୍କ ଅଧିନାୟକତ୍ବରେ ଆରସିବି ଟ୍ରଫି ନଜିତିବାଟା ଏକ କଳା ଦାଗ ଭଳି, ଯାହାକୁ ସେ ହଟାଇବା ଜରୁରୀ । ହେଲେ ଏହି ବିଫଳତା ତାଙ୍କ ପାଇଁ ହାନିକାରକ ନୁହେଁ। କାରଣ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଯାଇସାରିଛନ୍ତି । ଆମେ ସମସ୍ତେ ଦେଖିଛେ। ସୁନୀଲ ଗାଭାସ୍କର ୧୫-୨୦ବର୍ଷ ରାଜ୍ କରିବା ପରେ ସଚିନ୍ ତେନ୍ଦୁଲକର ଆସିଥିଲେ। ତାଙ୍କ ପରେ ଧୋନି ଓ ପରେ ବିରାଟ ଅଧିନାୟକ ହୋଇଥିଲେ। ଏମାନଙ୍କ ମଧ୍ୟରୁ ବିରାଟ ମୋତେ ସବୁଠୁ ଭଲ ବ୍ୟାଟର ଲାଗନ୍ତି, କାରଣ ସେ ୩ଟି ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି ।