ବିରାଟ କୋହଲି, ମୀରାବାଇଙ୍କୁ ମିଳିବ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର

ନୂଆଦିଲ୍ଲୀ: କ୍ରୀଡ଼ା ମନ୍ତ୍ରାଳୟ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ମହିଳା ଭାରୋତ୍ତୋଳକ ସାଇଖୋମ ମୀରାବାଇ ଚାନୁଙ୍କୁ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ ‘ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର’ ଦେବାକୁ ମୋହର ଲଗାଇଛନ୍ତି। ଉଭୟ ଖେଳାଳିଙ୍କୁ ଏହି ପୁରସ୍କାର ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଦିଆଯିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ କୋହଲି ଓ ମୀରାବାଇ ପଦକ ଓ ପ୍ରଶସ୍ତି ପତ୍ର ସହିତ ୭.୫ ଲକ୍ଷ ପୁରସ୍କାର ଗ୍ରହଣ କରିବେ। ମନ୍ତ୍ରାଳୟ ପକ୍ଷରୁ ୨୦ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବ।

ଅର୍ଜୁନ ପୁରସ୍କାର ପାଇଁ ମହିଳା କ୍ରିକେଟର ସ୍ମୃତି ମନ୍ଧାନା, ଧାବିକା ହିମା ଦାସ, ଭାଲାଫେଙ୍କ ଖିଳାଳି ନୀରଜ ଚୋପ୍ରା, ଟେବୁଲ ଟେନିସ ଖେଳାଳି ମନିକା ବ୍ରାତ୍ରାଙ୍କ ନାମ ମନୋନୀତ କରାଯାଇଛି। ସେହିଭଳି ଭାରତୀୟ ହକି ଟିମ୍‌ର ମନପ୍ରୀତ ସିଂହ, ବବିତା ପୁନିଆ, ଧାବକ ଜିନକନ ଜନସନ, ମହିଳା ବ୍ୟାଡମିଣ୍ଟନ ଖେଳାଳି ଏନ.ସିକ୍କି ରେଡ୍ଡିଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ମିଳିବ।

ସମ୍ବନ୍ଧିତ ଖବର