ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଧିନାୟକ ବିରାଟ କୋହଲି ଲଗାତର ତୃତୀୟ ବର୍ଷ ପାଇଁ ଦେଶର ସବୁଠାରୁ ମୂଲ୍ୟମାନ ତାରକାର ମାନ୍ୟତା ଲାଭ କରିଛନ୍ତି। ବିଶ୍ବସ୍ତରୀୟ ପରାମର୍ଶଦାତା କଂପାନି ଡଫ୍‌ ଆଣ୍ଡ ଫେଲ୍‌ପ୍ସ ପକ୍ଷରୁ ଗୁରୁବାର ପ୍ରକାଶ କରାଯାଇଥିବା ଭାରତର ୨୦ ମୂଲ୍ୟମାନ ତାରକା ତାଲିକାରେ କୋହଲି ବଲିଉଡ୍‌ର ବହୁ ଲୋକପ୍ରିୟ ଅଭିନେତା ଯଥା ଅକ୍ଷୟ କୁମାର, ଅମିତାଭ ବଚ୍ଚନ, ଶାହାରୁଖ ଖାନ୍, ଅମିର ଖାନ୍ ଓ ସଲମାନ ଖାନ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୧୮ ତୁଳନାରେ ୨୦୧୯ରେ ବ୍ରାଣ୍ଡ କୋହଲିର ମୂଲ୍ୟ ୩୯ ପ୍ରତିଶତ ବୃଦ୍ଧି ପାଇ ୨୩୭.୫ ନିୟୁତ ଡଲାର ବା ପାଖାପଖି ୧୬୯୧ କୋଟି ଟଙ୍କାରେ ପହଞ୍ଚିଛି। ଯାହା ଦ୍ବିତୀୟ ସ୍ଥାନରେ ଥିବା ଅକ୍ଷୟ କୁମାରଙ୍କ ମୂଲ୍ୟର ଦ୍ବିଗୁଣଠାରୁ ମଧ୍ୟ ଅଧିକ।

Advertisment

publive-image

ତେବେ ଗତବର୍ଷ ଅକ୍ଷୟଙ୍କ ବ୍ରାଣ୍ଡ ମୂଲ୍ୟ ସର୍ବାଧିକ ୫୫.୩ ପ୍ରତିଶତ ବଢ଼ିଛି। ଅଭିନେତା ରଣବୀର ସିଂହ ଓ ତାଙ୍କ ପତ୍ନୀ ଦୀପିକା ପାଦୁକୋନ ଚତୁର୍ଥ ଓ ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନବମ ସ୍ଥାନରେ ଥିଲା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ‌ତେନ୍ଦୁଲକର ୧୫, ରୋହିତ ଶର୍ମା ୨୦ତମ ସ୍ଥାନ ଅଧିକାର କରିଛନ୍ତି। କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଅଷ୍ଟାଦଶ ସ୍ଥାନରେ ରହିଛନ୍ତି। ଭାରତର ଶ୍ରେଷ୍ଠ ୨୦ ଲୋକପ୍ରିୟ ତାରକାଙ୍କ ମୋଟ ବ୍ରାଣ୍ଡ ମୂଲ୍ୟ ୭୫୦୦ କୋଟି ଟଙ୍କାରୁ ଅଧିକ ରହିଛି।