ମୁମ୍ବାଇ: ଆଇପିଏଲ୍ ମ୍ୟାଚ୍ ଚାଲିଥିବା ବେଳେ କ୍ରିକେଟର୍ ବିରାଟ କୋହଲିଙ୍କ ଭାଗ୍ୟ ଚଳିତବର୍ଷ ଆଦୌ ଭଲ ନାହିଁ ବୋଲି ଆପଣ କହିପାରନ୍ତି। ସେ ଶୁକ୍ରବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳି ମାତ୍ର ୨୦ ରନ୍ ବନାଇ ଆଉଟ୍ ହୋଇ ଯାଇଥିଲେ। ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ଖେଳା ଯାଉଥିବା ଆଇପିଏଲ୍ ମ୍ୟାଚରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି।
Black Cat! Meowwwww #RCBvsPBKS#RCB#RCBvPBKS#IPL#IPL2022#CricketTwitterpic.twitter.com/dvHu8jH2M8
— RCBIANS OFFICIAL (@RcbianOfficial) May 13, 2022
ଆପଣ ଜାଣିଥିବେ ନିଶ୍ଚୟ ଯେ ଆଇପିଏଲ୍ରେ ବିବାଟ କୋହଲି ରୟାଲ୍ ଚ୍ୟାଲେଞ୍ଜ୍ ବାଙ୍ଗାଲୋର୍(ଆର୍ସିବି) ଟିମ୍ରେ ଅଛନ୍ତି। ଆର୍ସିବି ପାଳି ଆରମ୍ଭରୁ ହିଁ ଏକ କଳା ବିରାଡ଼ି ଯାଇ ଏକ କଡ଼ ସିଟ୍ରେ ବସିପଡ଼ିଲା। ଏହା ବିରାଟ କୋହଲି ପିଚ୍ରେ ଥିବା ଅବସ୍ଥାରେ ହିଁ ଘଟିଥିଲା। ତେବେ, ଏହି ଘଟଣାକୁ ନେଇ ପ୍ରଶଂସକମାନେ କୋହଲିଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି।
Dear #Kohli , if you want to prevent evil eyes , either you stop posting workouts on twitter or else adopt a Black cat #IPL#IPL2022#RCBvsPBKS#RCBvPBKSpic.twitter.com/x4innvWIlp
— cricketistan (@cricketisthan) May 13, 2022
କେହି କେହି ଏହି କଳା ବିରାଡ଼ିକୁ କୋହଲିଙ୍କ ଦୁର୍ଭାଗ୍ୟ ବୋଲି କହିଥିବା ବେଳେ ଜଣେ ବ୍ୟବହରକାରୀ ଲେଖିଛନ୍ତି, ‘ପ୍ରିୟର କୋହଲି, ଯଦି ଆପଣ ଖରାପ ନଜରରୁ ବଞ୍ଚିବାକୁ ଚାହୁଁଛନ୍ତି ତ ସୋସିଆଲ୍ ମିଡିଆରେ ଆପଣଙ୍କ ୱାର୍କଆଉଟ୍ ବେଳର ଫଟୋ ଦିଅନ୍ତୁ ନାହିଁ।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହି କଳା ବିରାଡ଼ ଆପଣଙ୍କ ଉପରେ ତା’ର କଳା ଯାଦୁ ଚଳାଇଛି’। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୋତେ ଲାଗୁଛି ଏହି କଳା ବିରାଡ଼ି ବିରାଟଙ୍କ ଦୁର୍ଭାଗ୍ୟର କାରଣ।’