ଅହମଦାବାଦ : ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ୩ୟ ଥର ପାଇ୍ଁ ବିଶ୍ବ ଚାମ୍ପିଅନ ହେବାର ଟିମ ଇଣ୍ଡିଆର ସ୍ବପ୍ନ ଭାଙ୍ଗିଯାଇଥିଲା। ଏହି ମ୍ୟାଚରେ ଖେଳପ୍ରେମୀଙ୍କ ସମେତ ଭାରତୀୟ କ୍ରିକେଟ ଦଳର ପ୍ରତିଟି ସଦସ୍ୟ ବିଶ୍ବକପ ପରାଜୟକୁ ସହଜରେ ଗ୍ରହଣ କରି ପାରି ନଥିଲେ।

Advertisment

ଡେସିଂ ରୁମରେ ଖେଳାଳିଙ୍କ ଆଖିରେ ଲୁହ ଭରି ଯାଇଥିଲା। ବିଶ୍ବକପ ଶେଷ ହେବାପରେ ଅନେକ ଖେଳାଳିଙ୍କୁ ନିଜନିଜ ପ୍ରତିକ୍ରିୟା ଦେବା ପାଇଁ ଦୁଇରୁ ତିନିଦିନ ସମୟ ଲାଗିଥିଲା। ନିକଟରେ ‌ସୋସିଆଲ ମିଡିଆରେ ବିଶ୍ବକପରେ ଭାରତୀୟ ଦଳର ପରାଜୟ ପରର ଏକ ଭାବବିହ୍ବଳ ଭିଡିଓ ସ‌ାମ୍ନାକୁ ଆସିଛି।

ଯେଉଁଥିରେ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ଜିତିବା ପରେ ଖୁସିରେ ତାଙ୍କ ଦଳ ପଡ଼ିଆରେ ଝୁମି ଉଠିଥିବା ବେଳେ ଭାରତୀୟ ଦଳ ନିରାଶ ହୋଇ ଧୀରେଧୀରେ ପଡ଼ିଆରୁ ବାହାରୁଥିବା ଦେଖିବାକୁ ମିଳୁଛି।

ଏହି ସମୟରେ ବିରାଟ କୋହଲି ‌ଧୀରେଧୀରେ ଗୋଟିଏ ପରେ ଗୋଟିଏ ପାଦ ପକାଇ ଟୋପିକୁ ଖୋଲି ହାତରେ ଧରି ଉଇକେଟ ପାଖରେ କିଛିସମୟ ଛିଡ଼ା ହୋଇ ରହିଛନ୍ତି। ବିରାଟଙ୍କ ଏଭଳି ନିରାଶ ରୂପ ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା। ବିଶ୍ବକପ ହାରିବା ପରେ ବିରାଟ ଭାଙ୍ଗି ପଡ଼ିଥିବା ଏହି ଭିଡିଓରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।

ବିଶ୍ବକପ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପ୍ରତିକ୍ରିୟା ଦେଇ କହିଥିଲେ, ‘ସମସ୍ତ ପ୍ରକାର ପ୍ରୟାସ କରିଥିଲୁ। ହେଲେ ଫଳାଫଳ ଆମ ସପକ୍ଷରେ ଗଲା ନାହିଁ। ୨୦ରୁ ୩୦ ରନ କମ ପଡ଼ିଗଲା। ତଥ‌ାପି ଦଳକୁ ନେଇ ଆମେ ଗର୍ବ ଅନୁଭବ କରୁଛୁ।’